ସମ୍ବଲପୁର ଜିଲ୍ଲାର ସବୁ ଡାକ୍ତରଖାନାରେ ଲାଗିବ ସୋଲାର ପ୍ୟାନେଲ

0 57

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ସ୍ଥିତ ସବୁ ଡାକ୍ତରଖାନାରେ ସୋଲାର ପ୍ୟାନେଲ ଖଞ୍ଜି ସେଗୁଡିକର ନିଜସ୍ୱ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ବଳରେ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ସମ୍ବଲପୁର ସହିତ କଳାହାଣ୍ଡି ଜିଲ୍ଲା ମଧ୍ୟ ଏହି ପ୍ରକାରେ ସ୍ୱାବଲମ୍ବୀ ହୋଇପାରିବ ବୋଲି ଜଣାପଡିଛି । ବିଦ୍ୟୁତ ସେବାରେ ବାରମ୍ବାର ବିଭ୍ରାଟ ହେଉଥିବା ପରିପ୍ରେକ୍ଷୀରେ ଏଭଳି ନିଷ୍ପତ୍ତି ନିଆଯାଇଛି ଓ ପ୍ରଥମେ ପାଇଲଟ ପରିଯୋଜନା ରୂପେ ଏହି ଦୁଇ ଜିଲ୍ଲାରେ ଏହାର ଫଳାଫଳ ଅନୁଧ୍ୟାନ କଲାପରେ ସମଗ୍ର ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରା ଯାଇପାରେ । ଓଡ଼ିଶା ଅକ୍ଷୟ ଉର୍ଜା ଉନ୍ନୟନ ସଂସ୍ଥା (ଓରେଡା) ଏହି ଦାୟିତ୍ୱ ଦିଆଯାଇଛି ଓ ଓରେଡା ନିଜେ ଏଥିପାଇଁ କିଛି ନକରି ଆଉ ଏକ ଘରୋଇ ସଂସ୍ଥା ସେଲଫକୋ ଜରିଆରେ ଏହାର ରୂପାୟନ କରିବ । ଏବିଷୟରେ ସ୍ଥିତି ଅନୁଧ୍ୟାନ କରି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏଥିପାଇଁ ସବୁଜ ସଙ୍କେତ ଦେଇଛନ୍ତି । ପୂର୍ବାନୁଭୂତିକୁ ଉଲ୍ଲେଖ କରି ସେ କହିଛନ୍ତି ଯେ ଏହି ମହତ୍ତ୍ୱପୂର୍ଣ୍ଣ ପରିଯୋଜନା ପାଇଁ ଅର୍ଥର ଅଭାବ ରହିବ ନାହିଁ କିନ୍ତୁ ଥରେ ପୁଞ୍ଜି ବିନିଯୋଗ ସହିତ ଏହା କାର୍ଯ୍ୟକାରୀ ହେଲାପରେ ଏହାର ରକ୍ଷଣାବେକ୍ଷଣ ହେଉଛି ଏକ ବଡ଼ ଦାୟିତ୍ୱ ଓ ସେଥିରେ କୌଣସି ମତେ ଅବହେଳା ପ୍ରଦର୍ଶନ ଗ୍ରହଣୀୟ ନୁହେଁ । ଅର୍ଥାତ୍‌ ରାଜ୍ୟରେ ବିଦ୍ୟୁତ କାଟ ଓ ଏଥିପାଇଁ ସେବା ଦେବାରେ ବିଫଳତାକୁ ଏକପ୍ରକାରେ ରାଜ୍ୟ ସରକାର ସ୍ୱୀକାର କରିବା ସହିତ ଏହା ଫଳରେ କୌଣସି ସ୍ୱାସ୍ଥ୍ୟସେବାରେ ବ୍ୟାହତ ନ ହେଉ, ଏହି ଚିନ୍ତା ଅନୁସାରେ ସୌର ଉର୍ଜାକୁ ଏକ ବିଶ୍ୱସ୍ତ ବିକଳ୍ପ ଭାବେ ଗ୍ରହଣ କରାଯାଉଛି ।

hiranchal ad1
Leave A Reply

Your email address will not be published.

10 + 6 =