ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା, ୧୦ ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ

0 213

ବ୍ରହ୍ମପୁର ୧୭।୦୬ : ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା । ପୋଲିସ କବଜାରେ ୧୦ ଅଭିଯୁକ୍ତ । ସୋମବାର ୭ ଜଣଙ୍କୁ ଅଟକ ରଖି ପୁଲିସ ତଦନ୍ତ କରୁଥିବା ବେଳେ ଫେରାର ୩ ଜଣଙ୍କୁ ଆଜି ଧରିଛି ପୁଲିସ । ଆଜି ସମସ୍ତ ୧୦ ଜଣଙ୍କର ଡାକ୍ତରୀ ମାଇନା କରାଯିବ । ଘଟଣା ସ୍ଥଳରେ ସ୍ଥିତି ତଦାରଖ କରିଛନ୍ତି ଏସ୍.ପି।

hiring

ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ଗତ ରାତିରେ ପୁରୁଷ ବନ୍ଧୁଙ୍କ ସହ ଯୁବତୀ ଜଣକ ବୁଲିବାକୁ ଯାଇଥିବା ବେଳେ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହାପରେ ପୋଲିସ ତଦନ୍ତ କରି ସୋମବାର ରାତିରେ ୭ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ତିନି ଜଣଙ୍କୁ କାବୁ କରିଛି ।ସମସ୍ତଙ୍କୁ ଅଟକ ରଖି ଜେରା କରୁଛି ପୋଲିସ । ବାକି ବ୍ରହ୍ମପୁର SP, SDPO, DSP , ଅତିରିକ୍ତ ଏସ୍.ପି. ଗୋପାଳପୁର ଥାନାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛନ୍ତି। ବ୍ରହ୍ମପୁର ବଡ଼ ମେଡିକାଲରେ ପୀଡ଼ିତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିବା ଏସ.ପି ସୂଚନା ଦେଇଛନ୍ତି । 

hiranchal ad1
Leave A Reply

Your email address will not be published.

19 + sixteen =