ରଶ୍ମି ରଞ୍ଜନ ସିଦ୍ଧାଶ୍ରମରେ ମହା ବିଶ୍ୱ ସଂକ୍ରାନ୍ତି ପାଳିତ

0 64

ନବରଙ୍ଗପୁର:ସ୍ଥାନୀୟ ତାରାଗାଁ ସ୍ଥିତ ରଶ୍ମି ରଞ୍ଜନ ସିଦ୍ଧାଶ୍ରମରେ ନୂତନ ସୌର ବର୍ଷର ଆଦ୍ୟ ଦିବସ ମହା ବିଷୁବ ସଂକ୍ରାନ୍ତି ଆଶ୍ରମର ଶ୍ରଦ୍ଧାଳୁ ଗଣଙ୍କ ଉପସ୍ଥିତିରେ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଅଛି ।
ଉତ୍ସବର କାର୍ଯ୍ୟ ସୂଚୀ ଅନୁଯାୟୀ- ମହା ମନ୍ତ୍ର ଜପ,ଜଣାଣ, ପୁଷ୍ପାର୍ଘ୍ୟ ଅର୍ପଣ, ବିନାୟକ ବନ୍ଦନା, ଗୁରୁ ବନ୍ଦନା, ପ୍ରାଣାୟାମ, ପ୍ରାର୍ଥନା,ଭଜନ,ନୂତନ ପଞ୍ଚାଙ୍ଗ, ଭାଗବତ ଓ ସାରସତ୍ତ୍ୱ ବାଣୀ ପାଠ, କୀର୍ତ୍ତନ, ଆଳତୀ, ପ୍ରସାଦ ବଣ୍ଟନ ଓ ଶେଷରେ ପଣା ବଣ୍ଟନ ପରେ ଉତ୍ସବ ସମାପନ ହୋଇ ଥିଲା ।
ସତ୍‌ସଙ୍ଗ ଉଦ୍‌ବୋଧନରେ ଆଶ୍ରମ ଅଧ୍ୟକ୍ଷ ରଶ୍ମି ପ୍ରସାଦ ଡ଼: ନୀଳ କଣ୍ଠ ପାଢ଼ୀ ସୌର,ଚାନ୍ଦ୍ର,ନାକ୍ଷତ୍ରିକାଦି ବର୍ଷ ବିଷୟରେ ସୂଚନା ପ୍ରଦାନ କରିବା ସାଙ୍ଗକୁ ଶକାବ୍ଦ, ସାଲ, ବିକ୍ରମାବ୍ଦ, କଳି ଯୁଗାବ୍ଦ, ଶ୍ରୀକୃଷ୍ଣାବ୍ଦ, ଶ୍ରୀରାମାବ୍ଦ, ସୃଷ୍ଟ୍ୟାରମ୍ଭାବ୍ଦ, ଚୈତନ୍ୟାବ୍ଦ, ରାମାନୁଜାବ୍ଦ, ଗଜପତିଙ୍କ ଅଙ୍କ(ବର୍ଷ), ଖ୍ରୀଷ୍ଟାବ୍ଦ, ଦିଲ୍ଲୀଶ୍ୱରାବ୍ଦ ଇତ୍ୟାଦି ବିଷୟରେ ସମ୍ୟକ୍‌ ସୂଚିତ କରିଛନ୍ତି । ସମସ୍ତ ଅବ୍ଦ ବା ବର୍ଷଙ୍କ ମଧ୍ୟରେ ସୂର୍ଯ୍ୟଙ୍କ ସଂକ୍ରମଣରରେ ଆରମ୍ଭ ହେଉ ଥିବା ସୌର ଅବ୍ଦ ବା ବର୍ଷ ଶ୍ରେଷ୍ଠ । କାରଣ ସୂର୍ଯ୍ୟଙ୍କୁ ଛାଡି ବିଶ୍ୱର ଅସ୍ତିତ୍ୱ ଅସମ୍ଭବ । ଆଜିର ସଂକ୍ରାନ୍ତି ଓଡ଼ିଆଙ୍କ ବା ହିନ୍ଦୁଙ୍କ ନୂତନ ବର୍ଷ ରୂପରେ ସୀମିତ ନୁହେଁ, ଅପି ତୁ ଆଜିର ମେଷ ସଂକ୍ରାନ୍ତି ହେଉଛି – ରାଶି ଚକ୍ରର ପ୍ରଥମ ରାଶି ମେଷ ରାଶିରେ ରବିଙ୍କ ସଂକ୍ରମଣର ପ୍ରଥମ ଦିବସ । ଆମ ପାଇଁ ଗର୍ବ ଓ ଗୌରବର କଥା ହେଲା- ବିଶାଳ ହୃଦୟ ସମ୍ପନ୍ନ ଆମ ଓଡ଼ିଆଙ୍କ ନବ ବର୍ଷ ହେଉଛି- ସମଗ୍ର ବିଶ୍ୱବାସୀଙ୍କ ବିଶ୍ୱଭୂ ବା ମହା ବିଶ୍ୱ ସଂକ୍ରାନ୍ତିର ବିଜ୍ଞାନ ସମ୍ମତ ସୌର ନବ ବର୍ଷ ।
ଏହି କାର୍ଯ୍ୟକ୍ରମ ପରିଚାଳନାରେ ସନ୍ତୋଷ କୁମାର ପୁଜାରୀ, ଦଶମୁ ପାତ୍ର, ଇନ୍ଦୁମତୀ ପାଢୀ, ରବିଶଙ୍କର ପାତ୍ର,ବୀର କିଶୋର ବିଷୋୟୀ, ରଘୁମଣି ଗୌଡ଼,ପଙ୍କଜ ମାଝୀ, ଚନ୍ଦନ ସାହୁ ପ୍ରମୁଖ ସହଯୋଗ କରିଛନ୍ତି ।

hiranchal ad1
Leave A Reply

Your email address will not be published.

ten − nine =