ପାଖେଇ ଆସୁଛି ଦେବସ୍ନାନ ପୂର୍ଣ୍ଣିମା, ସୁରକ୍ଷା ସ୍ଥିତି ସମୀକ୍ଷା କଲେ ପୁରୀ ଏସପି

0 59

ପୁରୀ:ପାଖେଇ ଆସୁଛି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ମହାପ୍ରଭୁଙ୍କ ଏହି ଉତ୍ସବରେ ଭକ୍ତଙ୍କୁ ସାମିଲ ନେଇ ପ୍ରଶାସନ ଅନୁମତି ପରେ ବେଶ ଭକ୍ତଙ୍କ ଭିଡ଼ ହେବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଚାଲିଚି । ନିଜେ ପୁରୀ ଏସପି କେ ବିଶାଲ ସିଂ ପୁରୀର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ଚାରି ପାଖରେ ବୁଲି ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି । କେଉଁଠି ବ୍ୟାରିକେଡ ବ୍ୟବସ୍ଥା ହେବ, କେଉଁ କେଉଁ ସ୍ଥାନରେ ପୋଲିସ ଫୋର୍ସ କେତେ ମୁତୟନ କରାଯିବ ସେ ନେଇ ଏକ ବ୍ଲୁ ପ୍ରିଣ୍ଟ ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ଏ ନେଇ ପୋଲିସ ଡିଜିଙ୍କୁ ରିପୋର୍ଟ ଦିଆଯିବା ପରେ ଚୁଡାନ୍ତ ସୁରକ୍ଷା ବ୍ୟବସ୍ଥା ନେଇ ପଦକ୍ଷେପ ନିଆଯିବ । ତେବେ ଭକ୍ତଙ୍କ ସୁରକ୍ଷା ପ୍ରତି ପୋଲିସ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଭକ୍ତଙ୍କ ଠାରୁ ଭିଡ଼ର ସୁଯୋଗ ନେଇ ଅନେକ ଦୁର୍ବୃତ୍ତ ଚୋରି କରିବା ଘଟଣା ଅତୀତରେ ଘଟିଥିବା ବେଳେ ଏହାକୁ କିଭଳି ରୋକିହେବ ସେ ନେଇ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଯୋଜନା କରାଯାଇଛି ।
ସେପଟେ ପୁରୀ ଜିଲାପାଳ ସମର୍ଥ ବର୍ମା ସ୍ନାନଯାତ୍ରାର ବ୍ୟବସ୍ଥା ନେଇ ନିଜେ ଶ୍ରୀମନ୍ଦିର ଚାରି ପାଖରେ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ମହାପ୍ରଭୁଙ୍କ ସ୍ନାନ ମଣ୍ଡପର ଅନେକ ପଥର ଦୁର୍ବଳ ଅବସ୍ଥାରେ ଥିବା ବେଳେ ଏହାର ମରାମତି ପାଇଁ ଏଏସଆଇକୁ କୁହାଯାଇ ଥିବା ପୁରୀ ଜିଲାପାଳ କହିଛନ୍ତି । ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନକୁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଏଣୁ ଭକ୍ତଙ୍କ ସୁବିଧା ଓ ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ଭାବେ ହେବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସେବାୟତ ନିଯୋଗ ସହ ଆଗାମୀ ଦିନରେ ଆଲୋଚନା କରାଯାଇ ସ୍ନାନଯାତ୍ରାକୁ କିଭଳି ସୁରୁଖୁରୁରେ ଆୟୋଜନ ହେବ ସେ ନେଇ ସମସ୍ତ ପ୍ରସ୍ତୁତି କରାଯାଉଥିବା ପୁରୀ ଜିଲାପାଳ କହିଛନ୍ତି ।

hiranchal ad1
Leave A Reply

Your email address will not be published.

5 − 4 =