ଗୋଟିଏ ଜୁଇରେ ଜଳିଲା ସ୍ୱାମୀସ୍ତ୍ରୀଙ୍କ ଶବ

0 198

ଖୋର୍ଦ୍ଧା : ଗତ 2 ତାରିଖ ବୁଧବାର ଦିନ ପ୍ରାୟ ସନ୍ଧ୍ୟା 6 ଘଣ୍ଟା ସମୟରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଓରମୀ ଗ୍ରାମର ଅବସରପ୍ରାପ୍ତ ଅର୍ଦ୍ଧ ସାମରିକ ବାହିନୀ ର କର୍ମଚାରୀ ବିକାଶ ଚନ୍ଦ୍ର ଶ୍ରୀଚନ୍ଦନ ଓ ତାଙ୍କ ଧର୍ମ ପତ୍ନୀ ନଳିନୀ ସାହୁ ମୋଟର ସାଇକେଲ ଯୋଗେ ଖୋର୍ଦ୍ଧା ରୁ ନିଜ ଗ୍ରାମ କୁ ଫେରୁଥିବା ସମୟରେ ଜଙ୍କିଆ ଥାନା ଅନ୍ତର୍ଗତ ଓ ସି ସି ଛକ ଠାରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ( ନମ୍ବର MH43BX3237)ତାଙ୍କୁ ଧକ୍କା ଦେବା ଫଳରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କର ମୃତ୍ୟୁ ହୋଇଛି l ଜାତୀୟ ରାଜପଥ 16 ରେ ଓଭର ବ୍ରିଜ ନିର୍ମାଣ କାମ ଯୋଗୁଁ ରାସ୍ତାର ଦୁରାବସ୍ଥା ପାଇଁ ଏବଂ ଟ୍ରକ ଡ୍ରାଇଭର ମାନଙ୍କର ବେପରୁଆ ଗାଡି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ମାନ ଘଟୁଅଛି ବୋଲି ସାଧାରଣ ରେ ଆଲୋଚନା ହେଉଛି l ଉକ୍ତ ଦମ୍ପତି ଙ୍କର ଦୁଇଟି ସନ୍ତାନ ଥିବା ବେଳେ ସେମାନଙ୍କର ଭରଣ ପୋଷଣ ପାଇଁ ସରକାର ସାହାଯ୍ୟ ଯୋଗାଇ ଦେବାପାଇଁ ଜନସାଧାରଣରେ ଦାବୀ ହେଉଛି l ଉକ୍ତ ଦମ୍ପତିଙ୍କ ଶବକୁ ଆଜି ପୋଷ୍ଟ ମଟମ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା l ପରେ ଏକ ଶୋକାକୁଳ ପରିବେଶ ରେ ନିକଟସ୍ଥ ଶ୍ମଶାନ ରେ ଆତ୍ମୀୟ ସ୍ୱଜନ ଏବଂ ଜନସାଧାରଣଙ୍କ ଉପସ୍ଥିତି ରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଗୋଟିଏ ଜୁଇରେ ଦାହ ସତ୍କାର କରାଯାଇଥିଲା l ତାଙ୍କର ମା ହେମଲତା ପୁଅ ଓ ବୋହୁଙ୍କୁ ହରାଇ ଥିବା ବେଳେ ପୁଅ ଝିଅ ମାଁ ବାପାଙ୍କୁ ହରାଇ ପିତାମାତା ଛେଉଣ୍ଡ ହୋଇପଡିଛନ୍ତି l ଏମାନଙ୍କ ଅକାଳ ମୃତ୍ୟୁ ରେ ( ଦୁର୍ଘଟଣା ଜନିତ ) ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ଏହି ଦୃଶ୍ୟ ବେଶ ହୃଦୟ ବିଦାରକ ଥିଲା l ଶବ ସତ୍କାର ପାଇଁ ଗଲାବେଳେ ଗ୍ରାମର ଅବାଳ ବୃଦ୍ଧ ବନିତା ସମସ୍ତ ଙ୍କ ନୟନ ଛଳ ଛଳ ହୋଇଯାଇଥିଲା l ରାଜ୍ୟ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ସାଧାରଣରେ ଦାବୀ ହେଉଛି l

hiranchal ad1
Leave A Reply

Your email address will not be published.

16 + 10 =