ଚାଷ ଜମି କମୁଛି, ଘରବାରି ବଢୁଛି

0 91

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ବିଭିନ୍ନ ଚାଷ ଜମି ଘର ବାରିରେ ପରିଣତ କରାଯାଉଛି ।ବାହାର ରାଜ୍ୟର ବେପାରୀ ଆସି ଶାଗ ମାଛ ଦରରେ ଜମି କିଣି ତାହାକୁ ପ୍ଲଟ କରି ଚଢା ଦରରେ ବିକ୍ରି କରି ମାଲାମାଲ ହେଉଛନ୍ତି ବେପାରୀ । ସେମାନଙ୍କୁ ସାହାଯ୍ୟ କରୁଛନ୍ତି ଏଠାକାର କିଛି ଦଲାଲ । କିଛି ଟଙ୍କା ପାଇଁ ହାତକୁ ହାତ ମିଶାଇ ଚାଷ ଜମିକୁ ଘରବାଡିରେ ପରିଣତ କରାଯାଉଛି । ସହରର ଷ୍ଟାଡିୟମ ନିକଟରେ ଥିବା ଜମି ଗୁଡିକ ଏବଂ ବି.ଏନ ପ୍ୟାଲେସକୁ ଯିବା ରାସ୍ତା ଜମି ଗୁଡିକ, ପୁରୁଣା ପାଟଣା ଯିବା ଜମି ଗୁଡିକ, ଫରେଷ୍ଟ ଗେଟ ନିକଟରେ ଥିବା ଜମି ଗୁଡିକ, ଚାଷ ଜମି ଗୁଡିକ ଘରବାରି କରି ଜମିକୁ ପ୍ଲଟ କରି ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଦିନ ଆସିବ ଆଉ ଚାଷୀଙ୍କୁ ଚାଷ କରିବାକୁ ଜମି ନଥିବ । ଆଗକୁ ଚାଷୀଙ୍କୁ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ପଡିବ । ଚାଷୀଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡୁଛି । ଚାଷୀ ନିଜର କୌଳିକ ବୃତ୍ତି ଛାଡି ଦାଦନ ଖଟିବକୁ ବାଧ୍ୟ ହେବ । ଚାଷୀ ଜମିରେ ସୁନାର ଫସଲ ବଦଳରେ ଗଢି ଉଠିଛି ବଡ଼ବଡ଼ କୋଠ ଘର, ଅଟ୍ଟଳିକା । ଆଉ କିଛି ଦିନ ଗଲା ପରେ ଆଉ ଚାଷ ଜମି ଦେଖିବକୁ ମିଳିବ ନାହିଁ । ଏଥି ପ୍ରତି ଜିଲ୍ଲା ପ୍ରଶାସାନ ଦୃଷ୍ଟି ପଡିଲେ ଚାଷ ଜମି ପ୍ରତି ଚାଷୀକୂଳ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

14 − 11 =