ବାଲିଗୁଡ଼ା: କେକେବିନ ମାଓ ଡିଭିଜନର ଜଣେ ଏରିଆ କମିଟି ମେମ୍ବର ଅଶୋକ ପୁନେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଛି । ଅଶୋକ କେକେବିଏନ ମାଓ ସଂଗଠନରେ ଦୀର୍ଘ ୧୩ ବର୍ଷ ଧରି କାର୍ଯ୍ୟ କରୁଥିଲା । କନ୍ଧମାଳ ଜିଲ୍ଲାରେ ମଧ୍ୟ ସାତ ବର୍ଷ ଧରି ମାଓ ସଂଗଠନରେ ରହି କାର୍ଯ୍ୟ କରୁଥିବାର ସୂଚନା ମିଳିଛି । ତେବେ ମାଓ ସଂଗଠନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ନେଇ ସେ ମାଓ ସଂଗଠନରେ ଯୋଗ ଦେଇଥିଲେ । କିନ୍ତୁ ମାଓବାଦୀଙ୍କ ସିନିୟର ନେତା ମାନଙ୍କ କାର୍ଯ୍ୟକଳାପ ଏବଂ ମାଓ ସଂଗଠନର କାଯ୍ୟ କଳାପରେ ଅତିଷ୍ଠ ହୋଇ ମାଓ ସଂଗଠନ ଛାଡିଥିବା କହିଛନ୍ତି ସମର୍ପଣ କରିଥିବା ମାଓବାଦୀ ସଦସ୍ୟ ଅଶୋକ ପୁନେ । ନିଜେ ଆତ୍ମ ସମର୍ପଣ କରିବା ପରେ ଅନ୍ୟ ମାଓ ସାଥି ଭାଇ ମାନଙ୍କୁ ମଧ୍ୟ ଆତ୍ମ ସମର୍ପଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଆଗକୁ ଆହୁରି ମାଓବାଦୀ ଆତ୍ମ ସମର୍ପଣ କରିବା ପାଇଁ ଚାହୁଥିବା କହିଛନ୍ତି ଅଶୋକ ପୁନେ । ଅଶୋକଙ୍କ ଘର ଛତିଶଗଡ ରାଜ୍ୟ ବାସଗୁଣ୍ଡା ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶଶୀଳ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ଆତ୍ମ ସମର୍ପଣ କରିଥିବା କହିଛନ୍ତି ଅଶୋକ ପୁନେ ।
ଗୋଟିଏ ପଟେ ଜିଲ୍ଲାରେ ମାଓବାଦୀମାନେ ନିଜର ସ୍ଥିତି ଜାହିର କରୁଥିବା ବେଳେ ଅନ୍ୟ ପଟେ ସଙ୍ଗଠନର ସଦସ୍ୟ ପୋଲିସ୍ ନିକଟରେ ଆତ୍ମସମର୍ପଣ କରୁଛନ୍ତି । ଏହାକୁ ନେଇ ପୋଲିସର ମନୋବଳ ବଢ଼ିଥିବା ଜଣାପଡ଼ିଛି ।
Sign in
Sign in
Recover your password.
A password will be e-mailed to you.
Prev Post