ଶିଳ୍ପ ବିହୀନ ଜିଲ୍ଲାରେ ଦାଦନ ଦୁଃଖ : ପୁଣି ଏକ ଦାଦନ ଶ୍ରମିକଙ୍କ ଶବ ଭିଟାମାଟିକୁ ଫେରୁଛି, ତଦନ୍ତ ଦାବି

0 86

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡରେ ସରୁନି ଦାଦନ ଦୁଃଖ । ଶିଳ୍ପ ବିହୀନ ବଲାଙ୍ଗୀର ଜିଲ୍ଲାରେ କାମଧନ୍ଦା ଅଭାବରୁ ପେଟପାଟଣା ପାଇଁ ବାହାର ରାଜ୍ୟ ଆନ୍ଧ୍ର ପ୍ରଦେଶ, କେରଳ, ଚେନ୍ନାଇ, ଓ ବେଙ୍ଗୁଲୁରକୁ ଦାଦନ ଖଟିବାକୁ ଯାଉଛନ୍ତି ଲୋକେ । ହେଲେ ଦୁଃଖର ବିଷୟ କିଏ ଶବ ହୋଇ ଫେରୁଛି ତ ଆଉ କିଏ ବାହାର ରାଜ୍ୟରେ ଶାରିରୀକ ନିର୍ଯାତନାର ଶିକାର ହେଉଛନ୍ତି । ବିଭିନ୍ନ ସମୟରେ ବେଆଇନ ମାନବ ଚାଲାଣ ହେଉଛି । ଏପରିକି ନାବାଳିକା ଓ ମହିଳାଙ୍କୁ ଚାଲାଣ କରାଯାଇ ସେଠାରେ ଖରାପ କାମରେ ନିୟୋଜିତ କରାଯାଉଛି । ସଚେତନତା ଅଭାବରୁ ହେଉ ଅବା ପ୍ରଶାସନ କାମଧନ୍ଦା ଯୋଗାଇ ଦେବାରେ ଅକ୍ଷମ ଯୋଗୁଁ ଦଲାଲମାନେ ସକ୍ରିୟ ହେଉଛନ୍ତି । ପ୍ରଲୋଭନ ଦେଖାଇ ସେମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଛି । ଦାଦନ ଖଟିବାକୁ ଯାଇ ନିଜ ଭିଟାମାଟିକୁ ଶବ ହୋଇ ଫେରୁଥିବା ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି ପାଟଣାଗଡ଼ ଥାନା ତୁର୍ଲାମାଲ ଗ୍ରାମର କୌଲାଶ ଭୂଏ(୫୦) ନାମକ ଜଣେ ଶ୍ରମିକ ନିଜ ପରିବାର ସହ ତେଲେଙ୍ଗାନାର ଟୁକୁଗୁଡା ଏକ ଇଟାଭାଟିରେ ଦାଦନ ଖଟିବାକୁ ଯାଇଥିଲେ । ଦୀର୍ଘ ୬ ମାସର କାମ କରିବା ପରେ ସେଠାରେ ମୃତ୍ୟୁ ଘଟିଥିବାବେଳେ କିପରି ମୃତ୍ୟୁ ଘଟିଥିଲା ସଠିକ ଖବର ମିଳୁନାହିଁ । ଦାଦନ ଦଲାଲମାନେ ବିଭିନ୍ନ ପ୍ରଲୋଭନ ଦେଖାଇ ଦାଦନ ଶ୍ରମିକ ଚାଲାଣ କରୁଥିବା ଅଭିଯୋଗ ହେଉଛି । କିଛି ଦିନ ତଳେ ତିନୋଟି ତିନୋଟି ଦାଦନ ଶ୍ରମିକଙ୍କ ଶବ ଫେରିଥିବା ବେଳେ ଆଜି ଦାଦନ ଶ୍ରମିକ କୌଲାଶ ଭୂଏଙ୍କ ଶବ ଫେରୁଥିବା ସୂଚନା ମିଳିଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

one × 1 =