ସୁବର୍ଣ୍ଣପୁରର ଶୀତଳଷଷ୍ଠୀ : ୪ରେ ଶିବ ବିବାହ, ୫ରେ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା

0 178

ସୁବର୍ଣ୍ଣପୁର : ବହୁ ପ୍ରତୀକ୍ଷିତ ସୁବର୍ଣ୍ଣପୁର ର ଶୀତଳଷଷ୍ଠୀ ଯାତ୍ରା ଚଳିତ ବର୍ଷ ଆସନ୍ତା ୨ ରୁ ୬ତାରିଖ ପର୍ଯ୍ୟନ୍ତ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ ହେବାପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଏଥିପାଇଁ ଇଷ୍ଟଦେବ ବାବା ସୁବର୍ଣ୍ଣମେରୁ ଓ ଜଗତଜନନୀ ମାତା ପାର୍ବତୀଙ୍କ ବିବାହ ଉତ୍ସବ କୁ ସମସ୍ତ ରୀତିନୀତି ସହ ପାଳନ ପାଇଁ ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ସମସ୍ତ ଆନୁସଙ୍ଗିକ କାର୍ଯ୍ୟକ୍ରମର ପ୍ରସ୍ତୁତି ସହ ବରପିତାମାତାଙ୍କ ପ୍ରତିନିଧି ଭାବରେ ବଡ଼ବଜାର ଦୁର୍ଗାମଣ୍ଡପ ସ୍ଥିତ ସନ୍ତୋଷ କୁମାର ମେହେର ଓ ଜ୍ୟୋସ୍ନାମୟୀ ମେହେର ଦାୟିତ୍ୱ ନିର୍ବାହ କରୁଥିବା ବେଳେ କନ୍ୟାପିତା ମାତା ଙ୍କପ୍ରତିନିଧି ସ୍ୱରୂପ ରେ ଭଗବତି ପ୍ଲଟସ୍ଥିତ କୃଷ୍ଣଚନ୍ଦ୍ର ମେହେର ଓ ଜାନକୀ ମେହେର ଦାୟିତ୍ୱ ନିର୍ବାହ କରୁଛନ୍ତି।

hiring

ଏଥିପାଇଁ ଉଭୟ କୈଳାସପୁରୀ ଓ ହିମାଦ୍ରୀନଗରୀ ରେ ସମସ୍ତ ଆନୁସଙ୍ଗିକ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଗଲାଣି।ଏଥିପାଇଁ ଆସନ୍ତା ୨ତାରିଖ ଗୁରୁବାର ଦିନ ଦେବନିମନ୍ତ୍ରଣ,କରେଇବସା, ମାଟିପକା ଓ ୩ତାରିଖରେ ଅଳଙ୍କାର ଧାରଣ୪ତାରିଖରେ ବରାନୁଗମନ ଓ ରାତ୍ର ୧.୧୦ ରୁ ରାତ୍ର୨.୧୦ମଧ୍ୟରେ ଶିବପାର୍ବତୀଙ୍କ ବିବାହ ପାଣିଗ୍ରହଣ ଅନୁଷ୍ଠିତ ହୋଇ ପରବର୍ତ୍ତୀ ଦିନ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହେବ।ଚଳିତ ବର୍ଷ ଯାତ୍ରା କୁ ଶୃଙ୍ଖଳିତ ପରିଚାଳନାପାଇଁ ଯାତ୍ରା ପରିଚାଳନାକମିଟି ଓ ଦେବୋତ୍ତର ବିଭାଗ ପକ୍ଷରୁ ଜନସାଧାରଣ ଙ୍କ ସହଯୋଗ କାମନା କରାଯାଇଛି।

hiranchal ad1
Leave A Reply

Your email address will not be published.

nineteen + 5 =