ତରଭା ମଦ ଦୋକାନ ଚୋରିର ପର୍ଦ୍ଦାଫାସ କଲା ସୋନପୁର ପୋଲିସ୍‌

0 145

ସୁବର୍ଣ୍ଣପୁର-ଗତ ୧୯ତାରିଖରେ ତରଭା ମଦ ଦୋକାନରେ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାସ କରିଛି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ । ଗତ ୧୯ ତାରିଖ ଦିନ ତରଭା ବିଦେଶୀ ମଦ ଦୋକାନରୁ ୧୫୨ କାର୍ଟୁନ ମଦ ସହିତ ୯୦ ହଜାର ଟଙ୍କା ଚୋରି ହୋଇଥିବା ମଦ ଦୋକାନ ମାଲିକ ତରଭା ଥାନାରେ ଅଭିଯୋଗ କରିଥିଲେ । ପରେ ପରେ ତରଭା ପୋଲିସ ସହିତ ଜିଲ୍ଲା ପୋଲିସ ଏହି ଘଟଣାର ଅନୁସନ୍ଧାନ କରି ଏକ ଆନ୍ତଃରାଜ୍ୟ ଚୋରି ରାକେଟର ଫର୍ଦ୍ଦାଫାସ କରିଛି । ଏହି ର‍୍ୟାକେଟ ଓଡିଶାର ବିଭିନ୍ନ ଜିଲ୍ଲାର ମଦ ଦୋକାନରୁ ଚୋରୀ କରି ଅନ୍ୟତ୍ର ବିକ୍ରି କରୁଥିବା ପୋଲିସ ସୂଚନା ଦେଇଛି । ଏହି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ଗୋଟେ ବଲେରୋ ପିକଅପ ଗାଡି, ୧୩୪ କାର୍ଟୁନ ମଦ, ଗୋଟେ ଗ୍ୟାସ କଟର ଓ ଚୋରୀରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଅଭିଯୁକ୍ତ ଦୁଇଜଣ ହେଲେ ଅନୁଗୁଳ ଜିଲ୍ଲା ନୂଆଖଟା ଗାଁର ୨୧ ବର୍ଷିୟ ଆଶିଶ ଖିଲାର ଓ କଟକ ଜିଲ୍ଲା ଗୋଡିଜିହାରିଆ ଗାଁର ୫୧ବର୍ଷିୟ ଭୋଳେଶ୍ୱର ସାହୁ ବୋଲି ପୋଲିସ ସୂଚନା ଦେଇଛି । ତେବେ ଏହି ଘଟଣାରେ ଆହୁରି ଅଭିଯୁକ୍ତ ସାମିଲ ଥିବା ପୋଲିସ କହିଥିବା ବେଳେ ତାଙ୍କୁ ମଧ୍ୟ ଖୋଜା ଚାଲିଛି । ଏନେଇ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ କୁମାର ପଣ୍ଡା ।

hiranchal ad1
Leave A Reply

Your email address will not be published.

20 − 11 =