ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

0 104

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା କନଫେରାନ୍ସ ହଲଠାରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର,ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଏମ୍‌ ଏମ୍‌ ଅଲ୍ଲି, ବିନୋଦିନି ବିଜ୍ଞାନ ମହା ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ । ତମାଖୁ ବ୍ୟବହାରରକୁ ପରିଣାମ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ମହା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଉକ୍ତ ପ୍ରତିଯୋଗିତାର କୃତି ପ୍ରତିଯୋଗିତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ର ଓ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଏମ୍‌ ଏମ୍‌ ଅଲ୍ଲି ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ତମାଖୁର କୁଅଭ୍ୟାସରେ ନ ପଡିବା ପାଇଁ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାରଳା ପୌର ପାଳିକାର ଆଶା କର୍ମୀମାନଙ୍କୁ ଲିପ୍‌ଲେଟ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ନେତ୍ରାନନ୍ଦ ଶତପଥୀ ଏବଂ ସୂର୍ଯ୍ୟ କାନ୍ତ ମିଶ୍ର ପରିଚାଳନା କରିଥିଲେ । ପ୍ରଚାର ପ୍ରସାର ସକାଶେ ଗଣମାଧ୍ୟମକୁ ସୂଚନା ଦେଇ ନ ଥିବାର ଅଭିଯୋଗ ହେଉଛି । ବିଭାଗ ବିଭିନ୍ନ କାର୍ଯ୍ୟକ୍ରମରେ ସୂଚନା ଦେବା ସକାଶେ ଏକ ୱାଡ଼ସପ ଗ୍ରୁପ କରାଯାଇଥିଲେ ମଧ୍ୟ ସୂଚନା ଦିଆଯାଉ ନାହିଁ । ଯାହା ଫଳରେ ସ୍ୱାସ୍ଥ୍ୟ ବିଭାଗର ପ୍ରଚାର ପ୍ରସାର ହୋଇ ପାରୁ ନାହିଁ କି ଏଥି ସକାଶେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗକୁ ମଧ୍ୟ ଅବଗତ କରାଯାଉ ନାହିଁ । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ପଡିଲେ ସରକାରଙ୍କର ବିଭିନ୍ନ ଯୋଜନା ସଫଳ ରୂପାୟନ ହୋଇପାରିବ ବୋଲି ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

5 × 4 =