ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

0 103

ପାରଳାଖେମୁଣ୍ଡି : ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ମହାରାଜା ଗୌର ଚନ୍ଦ୍ର ଗଜପତିଙ୍କ ସମ୍ମିଳନୀ କକ୍ଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ କେ.ଦିଲେଶ୍ୱର ରାଓଙ୍କ ଅବସର ଗ୍ରହଣ ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଜୟ କୃଷ୍ଣ ମହାରଣା ପୌରହିତ୍ୟ କରିଥିଲେ । ମଞ୍ଚାସିନ ଅତିଥିମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନଶିକ୍ଷକ ଡକ୍ଟର ବୃଷକେତୁ ଦାସ,ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମିନାକ୍ଷୀ ପାଢ଼ୀ, ବରିଷ୍ଠ ଶିକ୍ଷକ ସି ଏଚ ଭେଙ୍କେଟେଶ୍ୱର ରାଓ, ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ, ଚକ ସାମନ୍ତି ଉପସ୍ଥିତ ଥିଲେ । ଅବସର ପ୍ରାପ୍ତ କେ. ଦିଲେଶ୍ୱରଙ୍କ ଶିକ୍ଷାନୁଷ୍ଠାନ ପ୍ରତି ନିଷ୍ଠା, ତ୍ୟାଗ ଓ ପରିଶ୍ରମର ଗୁଣଗାନ କରାଯାଇ ଥିଲା । ଝିକୋରିଆ ସବରଙ୍କ ସଂଯୋଜନାରେ ଶିକ୍ଷକ ଜଗନ୍ନାଥ ପଟ୍ଟନାୟକ, ୱାଇ ଧର୍ମା ରାଓ, ଅଶୋକ କୁମାର ଗୌଡ଼, ରାମୋଜି ରମେଶ, ଶ୍ରୀରାମ ମୂର୍ତ୍ତି, ଚିତ୍ରା ରଥ, ସତ୍ୟ ନାରାୟଣ, ରାମ ନାଥ ପଣ୍ଡାଙ୍କ ସମେତ ବହୁ ସଂଖ୍ୟକ ଛାତ୍ର ସଭାରେ ଉଦବୋଧନ ଦେଇଥିଲେ । ଶିକ୍ଷକ ଶ୍ରୀ ରାଓଙ୍କୁ ମାନପତ୍ର, ଉପୟନ ଓ ଉପହାର ପ୍ରଦାନ କରାଯାଇ ଥିଲା । ଉକ୍ତ ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ବହୁ ସଂଖ୍ୟକ ପାରଳାବାସୀ ଉପସ୍ଥିତ ଥିଲେ । ଶିକ୍ଷୟିତ୍ରୀ ସସ୍ମିତା ମିଶ୍ର ମାନପତ୍ର ପାଠ କରୁଥିବା ବେଳେ ଶିକ୍ଷୟିତ୍ରୀ ସୁଲତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × 1 =