ମେଘମୟ କବିତା ଆସର “କବିତା ଶ୍ରାବଣୀ’ ଅନୁଷ୍ଠିତ

0 116

ସୁବର୍ଣ୍ଣପୁର: ଜିଲ୍ଲାର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ସମସ୍ତ ସଭ୍ୟ ଓ ସଭ୍ୟାମାନଙ୍କୁୁ ନେଇ ଏକ ମନୋଜ୍ଞ କବିତା ପାଠୋତ୍ସବର ଆୟୋଜନ ହୋଇଥିଲା । ପ୍ରାରମ୍ଭରେ ସଂସଦର ଉପସଭାପତି ଡକ୍ଟର ପୁରୁଷୋତ୍ତମ ମିଶ୍ରଙ୍କ ଅଧ୍ୟକ୍ଷତାରେ କବି ଓ କବିତାକୁ ନେଇ ଏକ ସଭାର ଆୟୋଜନ ହୋଇଥିଲା । ସଂସଦର ସାଧାରଣ ସଂପାଦକ ଡକ୍ଟର ସୌରଭ ରଜନ ଖମାରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଶେଷରେ ଅନୁଷ୍ଠାନର ସଭାପତି ଶ୍ରୀ ଶ୍ୟାମା ଓଁ ପ୍ରସାଦ ସଂସଦର ଆଗାମୀ ଦିନର କାର୍ଯ୍ୟପନ୍ଥା ବିଷୟରେ ସୂଚନା ଦେଇ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ସଭା ଶେଷରେ କବି ବେଣୁଧର ପ୍ରଧାନଙ୍କ ସଂଯୋଜନାରେ କବି ରଂଜୁ ଅମାତ, କୁମାର ଭାର୍ଜନ, ପ୍ରଭୁଦତ୍ତ ରଥ ସସ୍ମିତା ମେହେର, ଶିବରାଜ କମ୍ପ, ପ୍ରଦ୍ୟୁମ୍ନ କୁମାର ସାହୁ, କ୍ଷୀରୋଦ ବିଶ୍ୱାଳ, ଅଦ୍ୱୈତ କୁମାର ପଣ୍ଡା, ବିଘ୍ନରାଜ ପଣ୍ଡା, ଯୁଧିଷ୍ଠିର ବାରିକ, ଲକ୍ଷ୍ମୀନାରାୟଣ ସାହୁ, ଶିବରାମ ମିଶ୍ର, ଦେବାଶିଷ ପଟ୍ଟନାୟକ, ସୁରେନ୍ଦ୍ର କୁମାର ମିଶ୍ର ପ୍ରମୁଖ ସ୍ୱରଚିତ କବିତାମାନ ଆବୃତ୍ତି କରିଥିବା ବେଳେ ଅବିନାଶ ହୋତା,ବନମାଳୀ ପଣ୍ଡା,ଦେବରଞ୍ଜନ ମହାପାତ୍ର, ଯୁଧିଷ୍ଠିର ପ୍ରଧାନୀ, ମନୋଜ ବାରିକ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ ଭାବରେ ଆୟୋଜନ କରିବାରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

10 + 17 =