ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହୋଟେଲମାନଙ୍କର ଖାଦ୍ୟ ଯାଞ୍ଚ

0 156

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜ଼ିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସୋନପୁର ସହରର ହୋଟେଲ ଓ ରେଷ୍ଟୁରାଣ୍ଟମାନଙ୍କରେ ଖାଦ୍ୟର ମାନ ଯାଞ୍ଚ ଓ ସଚେତନ କରିବାକୁ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ ଆଜି ସହରର ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟମାନଙ୍କରେ ଅଚାନକ ପହଞ୍ଚି ଖାଦ୍ୟର ମାନ ଯାଞ୍ଚ କରିଛନ୍ତି । ଜିଲ୍ଲାର କିଛି ଅଞ୍ଚଳରେ ଡ଼ାଇରିଆ ରୋଗ ବ୍ୟାପୁଥିବାରୁ ସୋନପୁର ସହରରେ ଦୂଷିତ ପାଣି ଓ ଦୂଷିତ ଖାଦ୍ୟ ଯେପରି ହୋଟେଲ ଓ ରେଷ୍ଟୁରାଣ୍ଟମାନଙ୍କରେ ଲୋକମାନଙ୍କୁ ନ ଦିଅନ୍ତି ସେଥିପାଇଁ ସୋନପୁର ସହରରେ ଏ ସବୁର ଯାଞ୍ଚ ଓ ମାନ ପରୀକ୍ଷଣ ଓ ସଚେତନ କରିଛନ୍ତି । କିଛି ଜାଗାରେ ବାସି ଓ ମଶା ମାଛି ପଡ଼ିଥିବା ଖାଦ୍ୟ ଫୋଫାଡ଼ି ଆଗାମୀ ଦିନରେ ଏ ସବୁର ସୁଧାର ଦିଗରେ ଧ୍ୟାନ ନ ଦେଲେ ଦୋକାନୀମାନଙ୍କୁ ବଡ଼ ପରିମାଣର ଟଙ୍କା ଜୋରିମାନା କରି ଦୋକାନକୁ ସିଲ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଗିଦ କରାଯାଇଛି । ଏହି ଟିମ୍‌ରେ ଖାଦ୍ୟନିରାପତ୍ତା ଅଧିକାରୀ ସସ୍ମିତା ନାଏକ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଓ ଅନ୍ୟମାନଙ୍କ ମଧ୍ୟରେ ରୁଚିକାନ୍ତ ଭୋଇ, ଶ୍ରୀବନ୍ତ ଖଣ୍ଡଗିରି, ରାକେଶ ମାହାନା ପ୍ରମୁଖ ଏହି ଟିମରେ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

eight + 5 =