ନିର୍ବାଚନ କମିଶନଙ୍କ ଘୋଷଣା :
ଏଣିକି ୧୭ ବର୍ଷ ବୟସରେ ଭୋଟର ଆଇଡି ପାଇଁ କରିପାରିବେ ଆବେଦନ

0 89

ନୂଆଦିଲ୍ଲୀ: ଯେଉଁମାନଙ୍କୁ ୧୭ ବର୍ଷ ପୂରି ସାରିଛି,ସେମାନେ ଏଣିକି ଚାହିଁଲେ ଭୋଟର ପରିଚୟପତ୍ର ପାଇଁ ଆବେଦନ କରିପାରିବେ । ଆଜି ଏହି ନୂଆ ନିୟମ ସମ୍ପର୍କରେ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ଏନେଇ ଉପଯୁକ୍ତ ବ୍ୟବସ୍ଥା କରିବାକୁ ସବୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦେଶର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ପୂର୍ବରୁ ପ୍ରଚଳିତ ନିୟମ ଅନୁଯାୟୀ,ଜଣଙ୍କୁ ୧୮ ବର୍ଷ ହେବା ପରେ ହିଁ ସେ ନିଜର ଭୋଟର ପରିଚୟ ପତ୍ର ପାଇଁ ଆବେଦନ କରିପାରୁ ଥିଲେ । ଏକ ନିର୍ଦ୍ଦିଷ୍ଟ ବର୍ଷର ଜାନୁଆରୀ ୧ କିମ୍ବା ତା’ ପୂର୍ବରୁ ୧୮ ବର୍ଷ ପୂରଣ କରିଥିବା ଜଣେ ଯୁବକ ଭୋଟର ଆଇଡି ପାଇଁ ଆବେଦନ କରିପାରୁଥିଲେ । କିନ୍ତୁ ଗୋଟିଏ ନିର୍ଦ୍ଦିଷ୍ଟ ବର୍ଷର ଜାନୁଆରୀ ୧ ପରେ ୧୮ ବର୍ଷରେ ପାଦ ଦେଉଥିବା ଯୁବକଙ୍କୁ ପୂରା ଗୋଟିଏ ବର୍ଷ ନିଜ ନାଁ ପଞ୍ଜୀକରଣ ପାଇଁ ଅପେକ୍ଷା କରିବାକୁ ପଡୁଥିଲା । ହେଲେ ଏବେ ୧୭ ବର୍ଷ ବୟସରୁ ଭୋଟର ଆଇଡି ପାଇଁ ଆବେଦନ କରିହେବ । ଆବେଦନକାରୀଙ୍କୁ ୧୮ ବର୍ଷ ପୂରିବା ମାତ୍ରେ ତାଙ୍କ ନାଁ ଆପେଆପେ ଭୋଟର ତାଲିକାରେ ପଞ୍ଜୀକରଣ ହୋଇଯିବ । ନୂଆ ନିୟମ ଅନୁସାରେ, ଏଣିକି ବର୍ଷକୁ ୪ ଥର ଭୋଟର ତାଲିକା ଅପଡେଟ କରାଯାଇ ପାରିବ । ଜାନୁଆରୀ ପହିଲା, ଏପ୍ରିଲ ପହିଲା, ଜୁଲାଇ ପହିଲା ଓ ଅକ୍ଟୋବର ପହିଲାରେ ଜଣେ ବ୍ୟକ୍ତି ନିଜର ଭୋଟର ପରିଚୟପତ୍ର ଅପଡେଟ କରିପାରିବେ । ପ୍ରତି ୩ ମାସରେ ଭୋଟର କାର୍ଡ ଅପଡେଟ କରିବାକୁ ସୁଯୋଗ ମିଳିବ ।

hiranchal ad1
Leave A Reply

Your email address will not be published.

4 − two =