ବଢିଲା ସୁନା ଓ ରୁପା ଦର;ଜାଣନ୍ତୁ,କେତେହେଲା ମୂଲ୍ୟ

0 37

ନୂଆଦିଲ୍ଲୀ: ପୁଣିଥରେ ବଢିଛି ଉଭୟ ସୁନା ଓ ରୁପାର ମୂଲ୍ୟ । ଆଜି ରାଜଧାନୀ ଦିଲ୍ଲୀରେ ସୁନାର ଦାମ ୫୯୨ ଟଙ୍କା ମହଙ୍ଗା ହୋଇଛି । ଫଳରେ ୧୦ ଗ୍ରାମ ସୁନାର ଦାମ ୫୧,୭୫୦ ଟଙ୍କାରେ ପହଞ୍ଚି ଯାଇଛି । ଦିନକ ପୂର୍ବରୁ ଦିଲ୍ଲୀରେ ୧୦ ଗ୍ରାମ ସୁନାର ଦାମ ୫୧,୧୫୮ ଟଙ୍କା ରହିଥିଲା । ଆଜି ସୁନାର ଦାମ ବୃଦ୍ଧି ପାଇଥିବା ନେଇ ଏଚଡିଏଫସି ସିକ୍ୟୁରିଟିଜ୍‌ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ରୁପାର ଦାମ ମଧ୍ୟ କେଜି ପିଛା ୧୩୩୫ ଟଙ୍କା ବଢିଛି । ବର୍ଦ୍ଧିତ ମୂଲ୍ୟ ପରେ ଦିଲ୍ଲୀରେ ଗୋଟିଏ କେଜି ରୁପାର ଦାମ ୫୬,୯୩୭ ଛୁଇଁଛି । ଗତକାଲି ରୁପା କେଜି ପିଛା ୫୫,୬୦୨ ଟଙ୍କାରେ ବିକ୍ରି ହେଉଥିଲା । ଅନ୍ତର୍ଜାତୀୟ ବଜାରରେ ଗୋଟିଏ ଆଉନ୍ସ ସୁନାର ଦାମ ୧୭୪୭ ଡଲାର ଓ ରୁପା ଆଉନ୍ସ ପିଛା ୧୮.୩୮ ଡଲାରରେ ଟ୍ରେଣ୍ଡିଂ କରୁଛି । ଅନ୍ୟପକ୍ଷରେ ଗୁଡ ରିଟର୍ଣ୍ଣସର ରିପୋର୍ଟ ମୁତାବାକ,ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୬୫୦ ଟଙ୍କା ବୃଦ୍ଧି ପାଇଛି । ଗତକାଲି ଏହାର ଦାମ ୧୦ ଗ୍ରାମ ପ୍ରତି ୪୬,୪୫୦ ଟଙ୍କା ଥିଲା । ହେଲେ ଆଜି ୧୦ ଗ୍ରାମ ସୁନା ୪୭,୧୦୦ ଟଙ୍କାରେ ବିକ୍ରି କରାଯାଉଛି । ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୭୦୦ ଟଙ୍କା ମହଙ୍ଗା ହୋଇଛି । ଫଳରେ ୧୦ ଗ୍ରାମ ସୁନାର ଦାମ ୫୧,୩୮୦ ଟଙ୍କା ଛୁଇଁଛି । ବୁଧବାର ଏହାର ଦାମ ୫୦,୬୮୦ ଟଙ୍କା ରହିଥିଲା । ଭୁବନେଶ୍ୱରରେ ରୁପାର କେଜି ପିଛା ଦାମ ୬,୬୦୦ ଟଙ୍କା ବଢିଛି । ଆଜି ରାଜଧାନରେ ରୁପାର କେଜି ପିଛା ଦାମ ୬୧,୨୦୦ ଟଙ୍କା ରହିଛି । ଗତକାଲି ଏହାର ଦାମ ୫୪,୬୦୦ ଟଙ୍କା ଥିଲା ।

hiranchal ad1
Leave A Reply

Your email address will not be published.

fifteen + eighteen =