ଆରମ୍ଭ ହେଲା ଅନ୍ତର୍ଜାତୀୟ ଚେସ୍‌ ଅଲିମ୍ପିଆଡ୍‌

0 51

ଚେନ୍ନାଇ: ଆଜିଠୁ ଏଠାରେ ଆରମ୍ଭ ହୋଇଛି ୪୪ତମ ଅନ୍ତର୍ଜାତୀୟ ଚେସ୍‌ ଅଲିମ୍ପିଆଡ୍‌ । ଚେନ୍ନାଇର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଏହି ଇଭେଣ୍ଟକୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଦଘାଟନୀ ସମାରୋହରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ଉପସ୍ଥିତ ଥିଲେ । ସାଉଥ ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ଉଦଘାଟନୀ ସମାରୋହରେ ସାମିଲ ହୋଇଥିଲେ । ଉଦଘାଟନୀ ଉତ୍ସବରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ପ୍ରତିଯୋଗୀ ଭାଗ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ୨ ଶହ ଦେଶର ପ୍ରାୟ ୨ ହଜାର ଖେଳାଳି ସାମିଲ ହେବେ । ଏହି ସ୍ୱତନ୍ତ୍ର ଇଭେଣ୍ଟ ପାଇଁ ଚେନ୍ନାଇରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସହରର ଅନେକ ସ୍ଥାନକୁ ଚେସ୍‌ ଥିମରେ ସଜ୍ଜା ଯାଇଛି । ଏହି ଅନ୍ତର୍ଜାତୀୟ ଚେସ୍‌ ଅଲିମ୍ପିଆଡ୍‌ ଅଗଷ୍ଟ ୧୦ ତାରିଖରେ ଉଦଯାପିତ ହେବ ।

hiranchal ad1
Leave A Reply

Your email address will not be published.

3 × 5 =