ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଚାରାରୋପଣ କାର୍ଯ୍ୟକ୍ରମ

0 52

ଜହ୍ନାପଙ୍କ:ବୌଦ୍ଧ ବ୍ଳକ ବଢିଗା ପଂଚାୟତ ଅନ୍ତର୍ଗତ ବଲାସିଙ୍ଗା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଠାରେ ପରିବେଶ ସୁରକ୍ଷା ଓ ଆମର ଦାଇତ୍ୱ ନେଇ ଏକ କାର୍ଯ୍ୟକ୍ରମ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସଞ୍ଚଳିକା ବି କେ ମାମିନା ଭଉଣୀ ପରିବେଶ ସୁରକ୍ଷା ପାଇଁ ଆମ ମଧ୍ୟରେ ଆତ୍ମ ସଚେତନତା ଓ ଜଣକୁ ଗୋଟିଏ ଲେଖାଏଁ ଚାରା ରୋପଣ କରି ତାର ଯତ୍ନ ନେବାପାଇଁ ସଂକଳ୍ପ ନେଲେ ପରିବେଶ ସୁରକ୍ଷା ରେ ଭାଗି ହୋଇପାରିବ ବୋଲି କହିଥିଲେ ।ବୌଦ୍ଧ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ର ଓ ଛାତ୍ରୀ ମାନେ ଜୀବନ ନିର୍ବାହ ସକାଶେ ବୃକ୍ଷଲତା ଗୁଡିକ କେତେ ଉପକାରୀ ନିଜ ବକ୍ତବ୍ୟ ରେ କହିଥିଲେ । କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷୟତ୍ରୀ ବି ନମ୍ରତା ସାହୁ ଓ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ସ୍କୁଲ ପରିସରରେ ଓ ଛାତ୍ରୀ ନିବାସ ପରିସରରେ ବିଭିନ୍ନ ଚାରା ରୋପଣ କରାଯାଇ ଥିଲା ।.ବି କେ ସରୋଜ ଭାଇ, ରଶ୍ମିତା ଭଉଣୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

nineteen − seventeen =