ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁଲିସ ପକ୍ଷରୁ ମକଡ୍ରିଲ

0 65

ପୁରୀ: ଭକ୍ତମୟ ପରିବେଶରେ ହେବ ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା । ଆଉ ଶ୍ରୀକ୍ଷେତ୍ରରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହେବ । ତେଣୁ ଭିଡନିୟନ୍ତ୍ରଣ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀ ପୁଲିସ ଓ ରାପିଡ ଆକ୍ସନ ଫୋର୍ସଙ୍କର ହୋଇଛି ମକଡ୍ରିଲ । ଆରଏଏଫର ଗୋଟିଏ କମ୍ପାନୀ ଅର୍ଥାତ ୨୨୨ଜଣ ଓ ବଜ୍ରବାହନ ବଡଦାଣ୍ଡ ଓ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ମକଡ୍ରୀଲ କରିଛି । ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା ସହ ଭିଡନିୟନ୍ତ୍ରଣ ଓ ରଥଟଣା ସମୟରେ ରଥ ସୁରକ୍ଷା ପାଇଁ ପୁରୀ ପୁଲିସ ସହାୟତାରେ କରାଯାଇଥିଲା ମକଡ୍ରିଲ । ତେବେ ରଥଯାତ୍ରା ବେଳେ ୨୪୦ଜଣ ଆରଏଏଫ ଜବାନ ନିୟୋଜିତ ହେବାକୁ ଥିବା ବେଳେ ବିଶେଷ ଭାବେ ରଥ ସମ୍ମୁଖ ଭାଗ କଡନରେ ଭିଡ ନିୟନ୍ତ୍ରଣ କରିବେ । ତେବେ ଆରଏଏଫ ଜବାନ ମାନେ କୌଣସି ଅସ୍ତ୍ରଶସ୍ତ୍ର ନୁହେଁ ଖାଲି ହାତରେ ସେବା ମନବୃତ୍ତି ନେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

17 − 1 =