ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ବାଲୁକା କଳା

0 52

ପୁରୀ : ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ।
ସେ ଏହି ବାଲୁକା କଳାରେ ଯୋଗ କରିବା ଦ୍ୱାରା ଆମେ ସମସ୍ତେ ସୁସ୍ଥ ରହିବାର ବାର୍ତ୍ତା ଦେବା ସହିତ ବାଲୁକା କଳାରେ ସକାଳର ସୂର୍ଯ୍ୟ କିରଣରେ ବସି ଯୋଗ ମୁଦ୍ରାର ଚିତ୍ରଣ କରିଛନ୍ତି । ଯୋଗ ହିଁ ଏକମାତ୍ର ଉପାୟ ଯାହାଦ୍ୱାରା ଜଣେ ସମ୍ପୂର୍ଣ୍ଣ ସୁସ୍ଥ ରହିବା ସହିତ ନିଜ ଜୀବନ ଶୈଳୀକୁ ସୁଚାରୁ ରୂପେ ସଂଚାଳନ କରିପାରିବ । ସେ ମାନବ ସମାଜକୁ ଅନୁରୋଧ କରିଛନ୍ତି ନିଜ ପାଇଁ ନିଜେ ସମୟ ବାହାର କରି ଯୋଗ କରନ୍ତୁ ନିଜେ ସୁସ୍ଥ ରହିବା ସହିତ ସୁସ୍ଥ ବାତାବରଣ ସୃଷ୍ଟି କରନ୍ତୁ ।
ଏହି ବାଲୁକା କଳାରେ”International Yoga Day”ର ବାର୍ତ୍ତା ଦେବାସହିତ”Yoga for humanity”ର ବାର୍ତ୍ତା ଦେଇଛନ୍ତି । ଏହି ବାଲୁକା କଳାକୁ ନିର୍ମାଣ କରିବା ପାଇଁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା । ଏହି ବାଲୁକା କଳାଟି ୧୭ ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ ୧୫ ଟନ୍‌ ବାଲି ଉପଯୋଗ କରାଯାଇଛି ।

hiranchal ad1
Leave A Reply

Your email address will not be published.

one × three =