ମରଣଯନ୍ତା ପାଲଟିଛି କୁଆଁରିଆ ସେତୁ

0 151

ଦଶପଲ୍ଲା :ଦଶପଲ୍ଲାର ପ୍ରାଣକେନ୍ଦ୍ର ତଥା ବ୍ୟବସାୟିକ ପେଣ୍ଠସ୍ଥଳ କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଦୁର୍ଗାବଜାରଠାରେ ଥିବା କୁଆଁରିଆ ସେତୁ ଖାଲଖମାରେ ଭର୍ତ୍ତି ହୋଇଛି । ପାଣି ନିଷ୍କାସନ ହୋଇ ପାରୁନଥିବା ହେତୁ ଅସରାଏ ବର୍ଷା ହେଲେ ସେତୁ ଉପରେ ଆଣ୍ଠୁଏ ପାଣି ଜମି ରହୁଛି । ଏହି ସେତୁ ଉପରେ ଦୈ÷ନିକ ଶହଶହ ଯାନବାହନ ଯାତାୟାତ କରିବା ସହ ଛାତ୍ରଛାତ୍ରୀମାନେ ପାଠପଢ଼ା ପାଇଁ ଯାଆଆସ କରିଥାନ୍ତି । ରାତି ହେଲେ ସେତୁ ଉପରେ ଆଲୋକ ବ୍ୟବସ୍ଥା ନଥିବା ହେତୁ ଏହି ଖାଲଖମା ପାଇଁ ବହୁ ଦୁର୍ଘଟଣା ଘଟୁଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବା ସହ ମରାମତି କରିବାକୁ ସାଧାରଣରେ ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

17 − 4 =