ସମିତି ପ୍ରେକ୍ଷାଳୟରେ କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ଜନ ବାର୍ଲାଙ୍କ ସମୀକ୍ଷା ବୈଠକ

0 72

ଘୁ. ଉଦୟଗିରି:ସଂଖ୍ୟାଲଘୁ କେନ୍ଦ୍ର ମନ୍ତ୍ରୀ ଜନ ବାର୍ଲା କନ୍ଧମାଳ ଗସ୍ତରେ ଥିବା ବେଳେ ଗତକାଲି ଘୁ. ଉଦୟଗିରି ସମିତି ପ୍ରେକ୍ଷାଳୟ ଠାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରମନ୍ତ୍ରୀଙ୍କ ସହ ବାଲିଗୁଡ଼ାର ପୂର୍ବତନ ବିଜେପି ବିଧାୟକ କରେନ୍ଦ୍ର ମାଝୀ ଓ ସ୍ଥାନୀୟ ବିଡିଓ ଉପସ୍ଥିତ ଥିଲେ । ଉକ୍ତ ସମୀକ୍ଷା ବୈଠକରେ ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏକମାତ୍ର ଏନଏସି କାର୍ଯ୍ୟାଳୟ ପ୍ରୋଗ୍ରାମ କୋଡ଼ିନେଟର ପ୍ରଭାତ ରଞ୍ଜନ ସାହୁ ଓ ଯନ୍ତ୍ରୀ ଶ୍ରୀମତୀ ସସ୍ମିତା ବେହେରା ଉପସ୍ଥିତ ଥିବାବେଳେ ଘୁ.ଉଦୟଗିରି, ଟିକାବାଲି, ରାଇକିଆ, ଦାରିଙ୍ଗବାଡି ସମେତ ୪ ଗୋଟି ବ୍ଲକର ପ୍ରଶାସନିକ ଅଧିକାରୀ ତଥା ତହସିଲଦାର, ବିଡିଓଙ୍କ ସହ ଗ୍ରାମ୍ୟ ଜଳ ଯୋଗାଣ, ବନ ବିଭାଗ, କୃଷି ବିଭାଗ, ପୂର୍ତ୍ତ ବିଭାଗ, ଖାଦ୍ୟ ଓ ଯୋଗାଣ, ଏପରି ଅନେକ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଉପସ୍ଥିତ ରହିଥିଲେ କିନ୍ତୁ ଶିକ୍ଷା ଓ ସ୍ୱାସ୍ଥ୍ୟ ଓ ଅନ୍ୟ କିଛି ବିଭାଗ ଅଧିକାରୀଙ୍କ ଦେଖା ମିଳିନଥିଲା ସମୀକ୍ଷା ବୈଠକରେ । ମାନ୍ୟବର ମନ୍ତ୍ରୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ଆଲୋଚନା କରିଥିଲେ । କିନ୍ତୁ କିଛି ଅଧିକାରୀ କେନ୍ଦ୍ର ସରକାରଙ୍କ ପାରିତ ହୋଇଥିବା ବିଭିନ୍ନ ଯୋଜନା ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ ହେଲେ ଉପଯୁକ୍ତ ଉତ୍ତର ପାଇନଥିବାରୁ ଦୁଃଖ ପ୍ରକାଶ କରିଥିଲେ । କନ୍ଧମାଳ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବାରୁ କେନ୍ଦ୍ର ସରକାରଙ୍କ ବହୁ ବିକାଶମୂଳକ ଯୋଜନା ପ୍ରଦାନ କରିଥିବା ପ୍ରକାଶ କରିଥିଲେ । ଏହି କ୍ରମରେ କନ୍ଧମାଳ ଜିଲ୍ଲା ନିମନ୍ତେ ୮ଟି ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଅନୁମତି ପ୍ରଦାନର ବହୁ ବର୍ଷ ପରେ ମଧ୍ୟ ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀ ଜାଗା ଯୋଗେଇ ନ ପାରିବା ଅତ୍ୟନ୍ତ ଦୁଃଖ ଦାୟକ ବୋଲି କହିଥିଲେ । ସାରା ଦେଶରେ ୱାନ ନେଶନ ୱାନ ରାସନ କାର୍ଡ ଯୋଜନା କାର୍ଯ୍ୟକାରୀ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାରେ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇନଥିବା ପ୍ରକାଶ କରିଥିଲେ । ବନ ସୁରକ୍ଷା ଓ ବନ ବିଭାଗର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ କାମ୍ପା ଯୋଜନା ମଧ୍ୟ କାର୍ଯ୍ୟକାରୀ ହୋଇପାରୁ ନାହିଁ । କୃଷକଙ୍କ ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳ ନିମନ୍ତେ କୃଷକଙ୍କ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇନପରିବା ତଥା ରାଜ୍ୟର ସମୁଦାୟ ୯୩ ହଜାର ଚାଷୀ କେନ୍ଦ୍ର ବୀମା ଯୋଜନାରେ ତାଲିକାଭୁକ୍ତ ହୋଇଥିଲେ ମଧ୍ୟ ମାତ୍ର ୮୦୦ ଚାଷୀଙ୍କୁ ତାଲିକାଭୁକ୍ତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହି ଦୁଃଖ ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କ ଯୁବକ ଯୁବତୀ ମାନଙ୍କୁ ସ୍ୱାବଲମ୍ବୀ ଓ ରୋଯୋଗାର କ୍ଷମ କରିବା ପାଇଁ ସ୍କିଲ ଡେଭଲପମେଣ୍ଟ କାର୍ଯ୍ୟକ୍ରମ ଯୋଜନାର ଅସଫଳତା ଓ ପ୍ରାକୃତିକ ସୌନ୍ଦର୍ଯ୍ୟଭରା କନ୍ଧମାଳ ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ଗୁଡ଼ିକର ବିକାଶ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀଙ୍କ ଆଗ୍ରହ ନଥିବା କଥା କହିବା ସହ ଦୁଃଖ ପ୍ରକାଶ କରିଥିଲେ । ଶେଷରେ ସମସ୍ତ କେନ୍ଦ୍ର ଯୋଜନା ଗୁଡିକ ସାଧାରଣ ଜନତାଙ୍କ ନିକଟକୁ ପହଞ୍ଚାଇବାକୁ ତାଗିଦ୍‌ କରିଥିଲେ ।

hiranchal ad1
Leave A Reply

Your email address will not be published.

six + 17 =