ମୋବାଇଲ୍‌ ଓ ବ୍ରଡବ୍ୟାଣ୍ଡ ସେବା ବିପର୍ଯ୍ୟସ୍ତ, ଜିଏମଙ୍କ ସହ ଆଲୋଚନା

0 47

ସମ୍ବଲପୁର : ଭାରତ ସଂଚାର ନିଗମ ଲିଃ (ବିଏସଏନଏଲ)ର ମୋବାଇଲ ଓ ବ୍ରଡବ୍ୟାଣ୍ଡ ସେବା ବହୁତ ସମୟରେ ବିପର୍ଯ୍ୟସ୍ତ ରହୁଥିବାରୁ ଏହା ଉପରେ ଆଶ୍ରିତ ସମସ୍ତ ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟ ଗୁଡିକରେ କାମ ଗୁରୁତର ଭାବେ ବାଧାପ୍ରାପ୍ତ ହେବା ସହ ଉପଭୋକ୍ତାମାନେ ମଧ୍ୟ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏବିଷୟରେ ଭାଜପା ପ୍ରତିନିଧି ଦଳ ସମ୍ବଲପୁରରେ ପଦସ୍ଥ ବିଏସଏନଏଲର ମହାପ୍ରବନ୍ଧକ ବଳବିର ସିଂହଙ୍କ ସହ ସାକ୍ଷାତ କରି ଏହା ବିରୁଦ୍ଧରେ ଦୃଢ଼ ପ୍ରତିବାଦ କରିବା ସହ ତୁରନ୍ତ ଏହାର ସମାଧାନ ପାଇଁ ଦାବି କରିଥିଲେ । ଅବିଭକ୍ତ ସମ୍ବଲପୁର ଜିଲ୍ଲାର ସମସ୍ତ ଅଞ୍ଚଳରେ ବିଏସଏନଏଲର ସେବାକୁ ଉତ୍ତମ ଭାବରେ ଯୋଗାଇ ଦେବା ପାଇଁ ଆବଶ୍ୟକ ସ୍ଥଳେ ନୂତନ ଟାୱାର ସ୍ଥାପନ ଓ ପୁରୁଣା ଖରାପ ବ୍ୟାଟେରୀସବୁ ବଦଳାଇବା ସହ ଯେଉଁଠି ଜେନେରେଟର ଉପଲବ୍ଧ ନାହିଁ ସେଠାରେ ନୂତନ ଜେନେରେଟର ସେବା ବ୍ୟବସ୍ଥା ଯୋଗାଇ ଦେବା ପାଇଁ ସେମାନେ ଦାବି କରିଛନ୍ତି । ଏଠାକାର ଗ୍ରାମୀଣ ଅଞ୍ଚଳ ଓ ବିଶେଷକରି ରେଢାଖୋଲ, ନାକଟିଦେଉଳ ଓ ଯୁଯୁମୁରା ବ୍ଲକରେ ଅନେକ ସମୟ ପର୍ଯ୍ୟନ୍ତ ନେଟୱର୍କ ରହୁନାହିଁ, ଏଣୁ ଏହା ଶୀଘ୍ରାତି ଶୀଘ୍ର ଠିକ କରିବା ପାଇଁ ମଧ୍ୟ ଭାଜପା ପ୍ରତିନିଧି ଦଳ ଦୃଢ଼ ଦାବି ଜଣାଇଛନ୍ତି । ଏହି ପ୍ରତିନିଧି ଦଳରେ ଗୋବିନ୍ଦ ଅଗ୍ରୱାଲ, ସୁନୀଲ ନନ୍ଦ, ପ୍ରଦୀପ ସୂପକାର, ମୁକେଶ ଜରୀୱାଲ୍‌, ଶ୍ରୀକାନ୍ତ ପାଣିଗ୍ରାହୀ ଓ ମୁକେଶ ପଟ୍ଟନାୟକ ପ୍ରମୁଖ ସାମିଲ ରହିଥିଲେ ।

hiranchal ad1
Leave A Reply

Your email address will not be published.

3 × 5 =