ବନ୍ୟା ପରିସ୍ଥିତି ଗମ୍ଭୀର :୨୦ଟି ଗାଁ ପାଣି ଘେରରେ, ହରଭଙ୍ଗା -ବୌଦ୍ଧ ଯୋଗାଯୋଗ ବିଚ୍ଛିନ୍ନ

0 391

ହରଭଙ୍ଗା : ସଂପ୍ରତି ୩ଦିନ ଧରୀ ଲଘୁଚାପ ଜନିତ ବର୍ଷା ଜାରିରହିଥିବା ବେଳେ ହୀରାକୁଦ ଜଳଭଣ୍ଡାରରୁ ୩୪ଟି ଗେଟ ଖୋଲାଯାଇ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ କରାଯିବାରୁ ହରଭଙ୍ଗା ବ୍ଲକର ୨୦ରୁ ଉଦ୍ଧ୍ୱର୍ ଗ୍ରାମ ପାଣିଘେରରେ ରହିଛି । ଯଥା -ମାରଡ଼ା, ପାଣିଘରା,ଭେଜିଗୋଡା, ସୁରୁଣ୍ଡି, ହରଭଙ୍ଗା, ଧଳପୁର, ଖଣ୍ଡି ଧଳପୁର, ଉଆଁଳ, ଝରାସାହି, କୁଡାସିଙ୍ଗା, ସଦଳଗଣ୍ଡା, ତେନ୍ତୁଳିପଦର, ସାକୁସିଙ୍ଗା, ତୀରଡ଼ ଆଦି ଗ୍ରାମ ପାଣି ଘେର ମଧ୍ୟରେ ଅଛି । ଏକର ଏକର ଚାଷଜମି ଜଳମଗ୍ନ ହୋଇପଡିଛି । ସେହିପରି ହରଭଙ୍ଗା -ବୌଦ୍ଧ ଜଗନ୍ନାଥ ସଡକ ଉପରେ ୫ଫୁଟ ବନ୍ୟାଜଳ ପ୍ରଭାହିତ ହେବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ସେହିପରି ବୌଦ୍ଧ ପୂର୍ତ୍ତ ବିଭାଗର ଫୁଲବାଣୀ-ଟିକରପଡା ରାସ୍ତାର ଲଗାଣ-ଉଦଣ୍ଡି’ନାଳ ଉପରେ ୮ଫୁଟର ବନ୍ୟାଜଳ ପ୍ରବାହିତ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ଲଗାଣ ବର୍ଷା ଯୋଗୁଁ ବହୁ କଚ୍ଚାଘର ଭାଙ୍ଗି ଯାଇଥିବା ଜଣାପଡିଛି । ବର୍ଷା ଓ ବନ୍ୟା ଯୋଗୁଁ ଦିନ ମଜୁରିଆମାନେ କାମ ଧନ୍ଦା ନପାଇ ଘରେ ବସି ରହିଛନ୍ତି । ମହାନଦୀର ବନ୍ୟାଜଳ ବୃଦ୍ଧି ପାଉଥିବାରୁ ନଦୀକୁଳିଆବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବନ୍ୟାଜଳ ବୃଦ୍ଧି ପାଉଥିବାରୁ ନଦୀକୁଳିଆବାସୀଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଉଛି । ପାଣି ଘେରରେ ଥିବା ବିପନ୍ନମାନଙ୍କୁ ଉଦ୍ଧାର କାର୍ଯ୍ୟ ସହିତ ରିଲିଫ ଯୋଗାଇ ଦେବାକୁ ବ୍ଲକ ପ୍ରଶାସନ ତରଫରୁ କର୍ମଚାରୀଙ୍କୁ ଅଂଚଳ ବୁଲି ପଦକ୍ଷେପ ନେବାପାଇଁ ହରଭଙ୍ଗା ବିଡିଓ ସ୍ମିତା ରଥ ପ୍ରକାଶ କରିଛନ୍ତି । ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି ବୋଲି ବିଡିଓ ପ୍ରକାଶ କରିଛନ୍ତି । ଧଳପୁର ଠାରେ ବନ୍ୟାରେ ଭାସିଯାଇ ଏକ ଗାଈର ମୃତ୍ୟୁ ହେଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

18 + 18 =