ଦୟା ନଦୀରେ ବନ୍ୟା, ଦୁର୍ଦ୍ଦଶାରେ ପିପିଲି ଓ ଡେଲାଙ୍ଗ ବ୍ଲକବାସୀ

0 98

ପୁରୀ : ପୁରୀ ଜିଲ୍ଲାରେ ମହାନଦୀର ଶାଖା ନଦଗୁଡିକରେ ବନ୍ୟା ଆସିଛି । ଦାୟା ନଦୀର ଉଦବୃତ୍‌ ବନ୍ୟାଜଳ ପିପିଲି ଅଂଚଳରେ ପଶିଚି । ଭାରତୀ ପୁର, ପାଣିଦୋଳ ପଞ୍ଚାୟତରେ ଥିବା ଗ୍ରାମ ଗୁଡିକରେ ଦୟା ନଦୀର ବନ୍ୟାଜଳ ପଶିଯାଇଛି । ଲୋକଙ୍କ ଘରେ ପାଣି ପଶିଯାଇଛି । ଖାଇବା ପିଇବା ସବୁ ବନ୍ଦ୍‌ । ଛୋଟ ପିଲାଙ୍କୁ ନେଇ ଅକଥନୀୟ ଦୁର୍ଦ୍ଦଶା ଭୋଗୁଚନ୍ତି ବନ୍ୟା ବିପନ୍ନ । ପ୍ରଶାସନ ପହଞ୍ଚି ନାହିଁକି କି କୌଣସି ଖାଦ୍ୟ ବ୍ୟବସ୍ଥା, ପାନୀୟ ଜଳ ର ବ୍ୟବସ୍ଥା ହୋଇ ନ ଥିବା ଅଭିଯୋଗ ହୋଇଛି । ସେପଟେ ପିପିଲି ଜଟଣୀ ମୁଖ୍ୟ ରାସ୍ତା ର କଣ୍ଟି ନିକଟର ୪ ଫୁଟ ର ବନ୍ୟାଜଳ ପ୍ରଭାହିତ ହେଉଛି । ଫଲରେ ଯାତାୟତ ପ୍ରଭାବିତ ହୋଇଚି । ଦୟା ନଦୀ ର ବନ୍ୟା ଜଳ ଶହ ଶହ ହେକ୍ଟର ଚାଷ ଜମିରେ ମାଡ଼ିଯାଇଛି । ବ୍ୟାପକ ଭାବେ ଧାନ ଚାଷ, ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି ।

hiring


ମହାନଦୀର ଶାଖା ନଦୀ ଦୟା ନଦୀ ପୀପିଲି ଓ ଡେଲାଙ୍ଗ ବ୍ଲକ୍‌ ବାସୀଙ୍କ ପାଇଁ ଦୁଃଖ ପାଲଟିଛି । ନଦୀରେ ଆସିଥିବା ବନ୍ୟାଜଳ ପିପିଲି ପରେ ଡେଲାଙ୍ଗ ବ୍ଲକରେ ମଧ୍ୟ ଲୋକଙ୍କ ଘରେ ପଶିଯାଇଛି । ଫଳରେ ଡେଲାଙ୍ଗ ବ୍ଲକ୍‌ର ଡେଲାଙ୍ଗ, ମୁନିନ୍ଦା, ସୁଜନପୁର, କୋଠାବାଡ଼ ପଂଚାୟତ ପ୍ରଭାବିତ ହୋଇଛି । ଜଳସ୍ତର ବଢୁଥିବାରୁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଲୋକମାନେ ପାଖ ସ୍କୁଲ୍‌ ଓ ବନ୍ୟା ଆଶ୍ରୟ ସ୍ଥଳକୁ ଯିବା ନେଇ ପ୍ରସ୍ତୁତି ଆରମ୍ଭ କଲେଣି । ହେଲେ ଗତ ୨୪ ଘଣ୍ଟା ହେଲା ଜଳବନ୍ଦୀରେ ଥିବା ଲୋକଙ୍କ ପାଖରେ ପ୍ରଶାସନ ପହଂଚି ନାହିଁ । ଘରେ ପାଣି ପଶିଯାଇଥିବାରୁ ଛୋଟ ପିଲାଙ୍କୁ ନେଇ ଭୋକ ରେ ଆଉଟ୍‌ ପାଉଟ୍‌ ହେଉଛନ୍ତି ବନ୍ୟା ବିପନ୍ନ । ଡେଲାଙ୍ଗ ବ୍ଲକରେ ଦୟା ନଦୀ ର ବନ୍ୟା ଜଳ ପଶିବା ପରେ ୪ଟି ପଂଚାୟତ ର ଚାଷୀ ବିପୁଳ କ୍ଷତି ସହିଛନ୍ତି । ଚାଷ ଜମି ବନ୍ୟା ଜଳ ରେ ବୁଡି ରହିଛି ।
ପୁରୀ ଜିଲ୍ଲା ରେ ମହାନଦୀ ର ଶାଖା ନଦୀ ଗୁଡ଼ିକ ବନ୍ୟା ର ତାଣ୍ଡବ ଦେଖିବାକୁ ମିଳିଛି । ସକାଳୁ ପୁରୀ ଗୋପର କୁଶଭଦ୍ରା ନଦୀ ନିକଟ ଖଣ୍ଡିଆକୁଦ ଗାଁ ରେ ଘାଇ ହୋଇଚି । ଫଳରେ ଚାଷ ଜମି ଜଳମଗ୍ନ ହୋଇଥିବ ବେଳେ ବନ୍ୟା ଜଳ ଏବେ ଗାଁ ମୁହାଁ ହୋଇଚି । ଗୋପ ବ୍ଲକର ଗଣେଶ୍ୱରପୁର, ନାଗପୁର ପଞ୍ଚାୟତର ୭ରୁ ଅଧିକ ଗାଁ ବନ୍ୟା ଜଳ ଦ୍ୱାରା ପ୍ରଭାବିତ ହେବ । ତେବେ ଘଟଣା ସ୍ଥଳରେ ପ୍ରଶାସନ ପହଂଚି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ।

hiranchal ad1
Leave A Reply

Your email address will not be published.

nineteen − 17 =