ପୁରୀ : କୋଣାର୍କ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଠାରୁ ମାତ୍ର ୧୦୦ ମିଟର ଦୂର ବେଳାଭୂମିରୁ ସନ୍ଦେହଜନକ ଅବସ୍ଥାରେ ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି । ଚନ୍ଦ୍ରଭାଗା ସାମୁଦ୍ରିକ ଥାନା କର୍ମଚାରୀ ସମୁଦ୍ର କୂଳରେ ତଦାରଖ ସମୟରେ ସମୁଦ୍ରରେ ଜଣେ ଯୁବକ ଭାସୁଥିବା ଦେଖିବାକୁ ପାଇଥିଲେ । ତେବେ ପୋଲିସ କର୍ମଚାରୀ ସମୁଦ୍ର ପାଣି ଭିତରୁ ଉପରକୁ ଆଣିଥିବା ବେଳେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା । ଯୁବକଙ୍କ ଆଖି ପତାରେ ସାମାନ୍ୟ ଆଘାତ ଲାଗିଥିବା ଦେଖିବାକୁ ମିଳିଥିବାବେଳେ କେହି ଏହି ଯୁବକକୁ ହତ୍ୟା କରି ସମୁଦ୍ରରେ ଭସାଇ ପଳାଇଥିବା ସନ୍ଦେହ ପ୍ରକାଶ ପାଇଛି ।
ମୃତ ଯୁବକ ଜଣକ ହେଉଛନ୍ତି କୋଣାର୍କ ଥାନା ମହଲପଡ଼ା ପଞ୍ଚାୟତ ମୂର୍କୁଣ୍ଡି ଗ୍ରାମର ଚକ୍ରଧର ବାରିକଙ୍କ ପୁଅ ମନିଦ୍ର ବାରିକ । ସେ ଗାଁ ରେ ଏକ ଛୋଟ ଦୋକାନ କରି ପରିବାର ପୋଷଣ କରୁଥିଲେ । ତେବେ ତାଙ୍କର ସ୍ତ୍ରୀ ଓ ଦୁଇଟି ଛୋଟ ଝିଅ ଥିବା ସୂଚନା ମିଳିଛି । ବାଇକ ଦ୍ୱାରା କୋଣାର୍କକୁ ଦୋକାନ ସଉଦା କିଣିବାକୁ ଆସି ଫେରିନଥିବା ଘରଲୋକେ କହିଛନ୍ତି । ତେବେ ଗତକାଲି ଅପରାହ୍ନରେ ସମୁଦ୍ର କୂଳରେ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ତାଙ୍କ ବାଇକ୍ ମିଳିନାହିଁ । ଏଣୁ କେହି ହତ୍ୟା କରିଥିବା ସମ୍ପର୍କୀୟ ମାନେ ସନ୍ଦେହ ପ୍ରକାଶ କରିବା ସହ ଅଭିଯୋଗ କରିଛନ୍ତି । ଚନ୍ଦ୍ରଭଗା ପୋଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।
Sign in
Sign in
Recover your password.
A password will be e-mailed to you.