ବିବିଏମସିଏଚ୍‌ ସମସ୍ୟା ଦୃଷ୍ଟି ଆକର୍ଷଣ ଓ ସମାଧାନ ଦାବୀ କଲେ ସ୍ୱେଚ୍ଛାସେବୀ ସଂଗଠନ

0 146

ବଲାଙ୍ଗୀର: ଭୀମଭୋଇ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲର ବିଭିନ୍ନ ସମସ୍ୟା ସଂପର୍କରେ ବଲାଙ୍ଗୀର ସ୍ୱେଚ୍ଛାସେବୀ ସଙ୍ଗଠନ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରି ଆଲୋଚନା କରିଥିଲେ । ରେଡିଓଲୋଜିଷ୍ଟଙ୍କ ଛୁଟି ଯୋଗୁଁ ଅଲଟ୍ରାସାଉଣ୍ଡ ଦୀର୍ଘ ଦିନ ବନ୍ଦ ରହିବା ଓ ସୀମିତ ସଂଖ୍ୟା ଯୋଗୁଁ ଲମ୍ବା ଧାଡିରେ ରୋଗୀ ଓ ସଂପର୍କୀୟ ଅସୁବିଧା ଭୋଗ କରୁଛନ୍ତି । ଏଣ୍ଡୋସ୍କୋପି, ଏମ୍‌ ଆର୍‌ ଆଇ ସୁବିଧା ବର୍ଣ୍ଣ ୟୁନିଟ୍‌, ସିକିଲ ସେଲ୍‌ ୟୁନିଟ୍‌ ସ୍ଥାପନ ତଥା ସୀମିତ ସଂଖ୍ୟକ ଅପରେସନ୍‌ ଉପରେ ଆଲୋଚନା କରି ସମାଧାନ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ । ବିକଳ୍ପ ବନ୍ଦୋବସ୍ତ କରି ନିୟମିତ ଅଲଟ୍ରାସାଉଣ୍ଡ ବ୍ୟବସ୍ଥା ସହ ସପ୍ତାହକ ମଧ୍ୟରେ ସିକିଲସେଲ ଓ ବର୍ଣ୍ଣ ୟୁନିଟ୍‌ କାର୍ଯ୍ୟକ୍ଷମ ହେବା ତଥା ଅନ୍ୟାନ୍ୟ ଦାବୀ ପୂରଣ ପାଇଁ ଅଧକ୍ଷ ପ୍ରତିଶୃତି ଦେଇଥିବା ସଂଗଠନ ତରଫରୁ ସୂଚନା ଦିଆଯାଇଛି । ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଗଠନ ଓ ଅନ୍ୟାନ୍ୟ ସଂଗଠନର ଗୋପାଲଜୀ ପାଣିଗ୍ରାହୀ, ବିଧୁଭୁଷଣ ତ୍ରିପାଠୀ, ପ୍ରତାପ ଚନ୍ଦ୍ର ରଥ, ସାଗରିକା ଗୁରୁ, ନିହାରୀକା ମିଶ୍ର, ଶ୍ରୀପଦା ସଡଙ୍ଗୀ, କାହ୍ନା ଶତପଥୀ, ବିଶ୍ୱମୟ ପୂଝାରୀ, ସନ୍ତୋଷ ପଟ୍ଟନାୟକ, ସନ୍ଦିପ ବାଗ, ଲିଙ୍କନ ସେଠ, ଦେବରାଜ ନାଗ, ସୁରେଶ କମ୍ପ, ସୁଶାନ୍ତ ପଟେଲ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

nineteen + 19 =