ସାହିତ୍ୟ ଏକାଡେମୀ କାର୍ଯ୍ୟକ୍ରମ ; କ୍ଷୋଭ ପ୍ରକାଶ କଲେ ଯୁବ ସାହିତ୍ୟିକ

0 355

ଦଶପଲ୍ଲା :- ନୟାଗଡ ଜିଲ୍ଲାରେ ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେଉଥିବା ସାହିତ୍ୟ ଏକାଡେମୀ କାର୍ଯ୍ୟକ୍ରମରେ ବ୍ୟାପକ ତୃଟି ଏବଂ ମନମାନୀକୁ ନେଇ ଯୁବ ସାହିତ୍ୟିକ ଅନୀଲ ପଣ୍ଡା କ୍ଷୋଭ ପ୍ରକାଶ କରିଛନ୍ତି । ସେ ତାଙ୍କ ଫେସବୁକ ପେଜ୍‌ରେ ଉଲ୍ଲେଖ କରିଛନ୍ତି କି, ଅଣସାହିତ୍ୟିକ ତଥା ରାଜନୈତିକ ଇଚ୍ଛାଶକ୍ତି ସଂପନ୍ନ ବ୍ୟକ୍ତିଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଦୀର୍ଘଦିନ ଧରି ନୟାଗଡ ଜିଲ୍ଲାରେ ସାହିତ୍ୟ ଏକାଡେମୀ ତରଫରୁ କୌଣସି କାର୍ଯ୍ୟକ୍ରମ ଆୟୋଜନ କରାଯାଉନଥିବା ବେଳେ ଏବେ ଯେଉଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି, ସେଠାରେ ସାତିତ୍ୟିକ କମ ଏବଂ ଅଣସାହିତ୍ୟିକଙ୍କୁ ଅଧିକ ପ୍ରାଧ୍ୟାନ୍ୟ ଦିଆଯାଇଛି । ନୟାଗଡ ଜିଲ୍ଲାରୁ ସାହିତ୍ୟ କ୍ଷେତ୍ରରେ ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବା ଦାଶ ବେନୁହର୍‌, ଜ୍ଞାନି ଦେବାଶିଷ ମିଶ୍ର, ଡ. ଭାରତ ଭୂଷଣ ରଥ, ଦେବାଶିଷ ସାମନ୍ତରାୟ, ପ୍ରକାଶ ମହାପାତ୍ର, ହାଡିବନ୍ଧୁ ମହାକୁଡ, ବିଶ୍ୱନାଥ ମହାପାତ୍ର, ଶୁଭ୍ରାଂଶୁ ପଣ୍ଡା, ଶୁଭ୍ରାଂଶୁ ବିଶ୍ୱାଳ, ଗୁଣନିଧି ମହାପାତ୍ରଙ୍କ ସମେତ ବହୁ ଯୁବ ଏବଂ ବରିଷ୍ଠ ସାହିତ୍ୟିକଙ୍କୁ ଅଣଦେଖା କରାଯାଇ ମନଇଚ୍ଛା ଅତିଥି ଚୟନ କରାଯାଇଛି । କେବଳ ସେତିକି ନୁହେଁ, ଜିଲ୍ଲା ସ୍ତରୀୟ ସାହିତ୍ୟ ଏକାଡେମୀ କାର୍ଯ୍ୟକ୍ରମକୁ କେବଳ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ରଖାଯାଇଛି । ନୟାଗଡ ଜିଲ୍ଲାର ୮ ଟି ବ୍ଲକ ମଧ୍ୟରୁ ଅନ୍ୟ ୭ ଟି ବ୍ଲକକୁ ଆଦୌ ଦୃଷ୍ଟି ଦିଆଯାଇନାହିଁ । ବ୍ଲକ ସ୍ତରରେ ଥିବା ଅନ୍ୟ ସାହିତ୍ୟ ସଂଗଠନର ମୁଖ୍ୟମାନଙ୍କ ମଧ୍ୟରୁ ମଧ୍ୟ କାହାକୁ ଅତିଥି ଭାବେ ଚୟନ କରାଯାଇନାହିଁ କି ଗଣିଆ, ଦଶପଲ୍ଲା, ଖଣ୍ଡପଡା, ରଣପୁର, ଭାପୁର, ନୂଆଗାଁ ବ୍ଲକର କୈାଣସି ବ୍ୟକ୍ତିଙ୍କ ନାମ ନିମନ୍ତ୍ରଣ ପତ୍ରରେ ନାହିଁ । ସାହିତ୍ୟ ଏକାଡେମୀ ନାମରେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆୟୋଜନ କରାଯାଇଥିବା ଅନୁମାନ ହେଉଛି । ଏଭଳି କାର୍ଯ୍ୟକ୍ରମ ଏବଂ ସଦସ୍ୟଙ୍କ ମନମାନୀରେ କରାଯାଇଥିବା କାର୍ଯ୍ୟକୁ ମୁଁ ଦୃଢ ସମାଲୋଚନା କରୁଛି । ଆବଶ୍ୟକ ପଡିଲେ କାର୍ଯ୍ୟକ୍ରମ ସମୟରେ ମଧ୍ୟ ଏହାର ଜବାବ ମଗାଯିବ ବୋଲି ସେ ଉଲ୍ଲେଖ କରିଛନ୍ତି । ଆଜି ଏଭଳି ପୋଷ୍ଟ ପରେ ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମକୁ ନେଇ ବିଭିନ୍ନ ମହଲରୁ ନିନ୍ଦା ଓ ସମାଲୋଚନା କରାଯାଇଛି । କାର୍ଯ୍ୟକ୍ରମକୁ ବାତିଲ କରି ସଠିକ ଢଙ୍ଗରେ କରିବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

eight − six =