ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ

0 156

ନବରଙ୍ଗପୁର:ରାଜ୍ୟରେ ଭଜିଲାନ୍ସ ଚଢ଼ାଉକୁ ନେଇ ହଇଚଇ ସୃଷ୍ଟି ହେଉଥିବାବେଳେ, ନବରଙ୍ଗପୁର ଜିଲାରେ ଜଣେ ସରକାରୀ ବାବୁ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି । ନବରଙ୍ଗପୁର ଜଳ ବିଭାଜିକା ଓ ମୃତ୍ତିକା ସରକ୍ଷଣ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନା ଦୁଇ ଲକ୍ଷ ଟଙ୍କା ନେଇ ଘରକୁ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । କାର୍ଯ୍ୟାଳୟରୁ ବାହାରି ନିଜ ଘରକୁ ଗଲା ବେଳେ ସ୍ଥାନୀୟ ଡିଆରଡିଏ ଛକ ନିକଟରେ ମାଡି ବସିଥିଲା ଭିଜିଲାନ୍ସ ଟିମ । ନିଜ ଭଡା ଘରୁ ମଧ୍ୟ ଏକ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ବର୍ତ୍ତମାନ ଶ୍ରୀ ଜେନାଙ୍କୁ ଭିଜିଲାନ୍ସ ଟିମ ନିଜ କାର୍ଯ୍ୟାଳୟରେ ରଖି ଅଧିକ ତଦନ୍ତ ଚଲାଇଛି । ଟଙ୍କା ତାଙ୍କ ଗାଡିକୁ କେମିତି ଆସିଲା, ସେ ନେଇ ପ୍ରକଳ୍ପ ନିର୍ଦ୍ଦେଶକ କିଛି ଜାଣି ନଥିବା କହିଛନ୍ତି ଭିଜିଲାନ୍ସ ଅଧିକାରୀଙ୍କୁ । ଭୁବନେଶ୍ୱର ନିକଟ ତମାଣ୍ଡୋ ଫାର୍ମାସି କଲେଜ ନିକଟବର୍ତ୍ତୀ ପ୍ଲଟ ନଂ ୬୮୭ ନିଜ ଦୁଇ ମହଲା ବିଶିଷ୍ଟ ବାସଭବନଠାରେ ଅନ୍ୟ ଏକ ଟିମ ଚଢ଼ାଉ ଜାରୀ ରଖିଥିବା ସୂଚନା ଦେଇଛି ଭିଜିଲାନ୍ସ । ଏହାଛଡା ପୁରୀ ବାଲୁଖଣ୍ଡ କୁମୁଟିପାଟଣାରେ ଥିବା ସିଂହାରୀ ବଗିଚା ସ୍ଥିତ ଘର ଉପରେ ଏକ ସଙ୍ଗେ ଚଢ଼ାଉ କରାଯାଇଛି । ନଗଦ ୬ଲକ୍ଷ ଉପରେ ଟଙ୍କା ସହ ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀରେ ବିଭିନ୍ନ ସ୍ଥାନରେ ୯ଗୋଟି ପ୍ଲଟର କାଗଜ ପତ୍ର ଜବତ କରିଛି ଭିଜିଲାନ୍ସ ବିଭାଗ । ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ଭିଜିଲାନ୍ସ ଅଧିକାରୀ ।

hiranchal ad1
Leave A Reply

Your email address will not be published.

1 × five =