ଥମୁନି ଦାଦନ ଦୁଃଖ : ଶ୍ରମିକ ହୋଇ ଯାଇଥିଲେ, ଶବ ହୋଇ ଫେରିଲେ

0 523

ପାଟଣାଗଡ଼ : ଥମୁନି ଦାଦନ ଦୁଃଖ । ୨୪ଘଣ୍ଟା ନ ପୁରୁଣୁ ବେଲପଡ଼ା ବ୍ଲକ ଖଲଖଲି ଗାଁର ଶବ ପହଞ୍ଚିଲା । ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ଖଲଖଲି ଗାଁର ଜଗଦିଶ ମାଝୀ ।(୪୦) ଙ୍କ ୱାରଙ୍ଗଲକୁ ଦାଦନ ଖଟିବାକୁ ଯାଇଥିଲେ । ତେବେ ସେଠାରେ ସେ ଅସୁସ୍ଥ ହୋଇପଡିଥିଲେ । ଏହାପରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଶ୍ରମିକ ଜଗଦିଶ ମାଝୀ ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି । ମୃତକଙ୍କ ତିନି ଝିଅ ଓ ଗୋଟିଏ ପୁଅ ସହିତ ୱାରଙ୍ଗଲକୁ ଖଲିପଥର ଗାଁର ଦାଦନ ଦଲାଲ ମହିନ୍ଦ୍ର ସୁନା ୮୫ ହଜାର ଟଙ୍କା ବାଇନା ୱାରଙ୍ଗଲକୁ ଇଟା ଗଢ଼ିବାକୁ ଦୀର୍ଘ ୬ ମାସ ହେବ ନେଇଥିଲେ । ହେଲେ ସେଠାରେ ଖରାରେ କାମ କରିବାକୁ ବାଧ୍ୟ କରୁଥିଲା । ସେଠାରେ ମୃତକ ଶ୍ରମିକ ଜଗଦିଶ ମାଝୀଙ୍କ ଦେହ ଅସୁସ୍ଥ ହୋଇପଡିଥିଲା । ପରେ ତାଙ୍କୁ ଚିକିତ୍ସା ନକରି ଘରକୁ ପଠାଇ ଦେଇଥିଲା ଶ୍ରମିକ ଦଲାଲ । ରେଲୱେ ଷ୍ଟେସନରେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ପରେ ଶ୍ରମିକ ପରିବାର ଏକ ଆମ୍ବୁଲାନ୍ସରେ ଶବକୁ ନିଜ ଭିଟାମାଟିକୁ ନେଇ ଆସିଥିଲେ । ପରେ ଦାଦନ ଦଲାଲମହିନ୍ଦ୍ରା ସୁନା ୯୦ ହାଜର ଟଙ୍କା ଦେଇ ମୃତକର ପରିବାରକୁ ଦେଇ ଚାପ ପ୍ରୟୋଗ କରିବା ସହ ଶବକୁ ଦାହ କରିବା ପାଇଁ କହିଥିଲେ ।

hiring

ଉଲ୍ଲେଖଯୋଗ୍ୟ ସାତ ଦିନ ନ ପୁରୁଣୁ ବେଲପଡ଼ା ବ୍ଲକ୍‌ର ଯୁବ,ସୁଲେକେଳା ଏବଂ ଆଜି ଖଲଖଲି ଗାଁରେ ଶବ ପହଞ୍ଚିଛି । ହେଲେ ଦେଖିବାକୁ ବାକି ରହିଲା ପୋଲିସ ପ୍ରଶାସନ କିଭଳି ପଦେକ୍ଷପ ଗ୍ରହଣ କରୁଛି ।

hiranchal ad1
Leave A Reply

Your email address will not be published.

2 × 2 =