ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ

0 86

ସୁବର୍ଣ୍ଣପୁର: ଆଜି ପୂର୍ବାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଅତିରିକ୍ତ ପରିବହନ ଅଧିକାରୀ ଶିବାଶିଷ ସାହୁ, ଏମଭିଆଇ ଲୋକନାଥ ନାୟକ ସଡକ ସୁରକ୍ଷା ସମିତିର ସଦସ୍ୟ ସଦସ୍ୟା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ, ଜିଲ୍ଲାର ସଡକ ସୁରକ୍ଷା ଓ ସଡକ ଦୁର୍ଘଟଣାକୁ ହ୍ରାସ କରାଯିବା ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ତଥା ସଡକ ଦୁର୍ଘଟଣାର ସ୍ଥିତି ଉପରେ ସୂଚନା ପ୍ରଦାନ କରିଥିଲେ । ବର୍ତ୍ତମାନର ବର୍ଦ୍ଧିତ ଜନବସତି ସାଙ୍ଗକୁ ଦୁଇଚକିଆ, ଚାରିଚକିଆ ଯାନର ବହୁଳ ବ୍ୟବହାର ସଡକ ସୁରକ୍ଷା ସଚେତନତା ପାଇଁ ଜରୁରୀ ଓ ଅପରିହାର୍ଯ୍ୟ ହୋଇପଡିଛି । ବିଶେଷ କରି ଗାଡି ଚାଳନା ସତର୍କତା ଅବଲମ୍ବନ ଦୁର୍ଘଟଣାକୁ ହ୍ରାସ କରିବାରେ ସହାୟକ ହେବ । ଯେପରି ଗାଡି ଚାଳନା ସମୟରେ ହେଲମେଟ ବ୍ୟବହାର, ସିଟ ବେଲ୍ଟ ପରିଧାନ କରିବା, ନିଶାସକ୍ତ ଅବସ୍ଥାରେ ଗାଡି ନ ଚଳାଇବା, ଉଚିତ ସ୍ଥାନରେ ଗାଡି ପାର୍କିଙ୍ଗ କରିବା, ଗାଡି ଚାଳନା ଲାଇସେନ୍ସ ଓ ଇନସ୍ୟୁରେନ୍ସକୁ ନିଶ୍ଚିତ କରିବା ଉପରେ ବିଶେଷ ଧ୍ୟାନ ଦେବାକୁ ଗୁରୁତ୍ୱାରୋପ କରାଯାଇଛି । ଜିଲ୍ଲାରେ ନୋ ହେଲମେଟ ନୋ ପେଟ୍ରୋଲକୁ ଗୁରୁତ୍ୱାରୋପ ପୂର୍ବକ ଜିଲ୍ଲା ପରିବହନ ଅଧିକାରୀ ଓ ଜିଲ୍ଲା ଯୋଗାଣ ଅଧିକାରୀ ମିଳିତ ଭାବେ ଜିଲ୍ଲା ପେଟ୍ରୋଲ ପମ୍ପ ମାଳିକଙ୍କ ସହ ବୈଠକ କରି ଅତିଶୀଘ୍ର ଏହି ନିୟମକୁ କଡାକଡି ଭାବେ ଜିଲ୍ଲାର ପ୍ରତ୍ୟେକ ପମ୍ପରେ କାର୍ଯ୍ୟକାରୀ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ବୈଠକରେ ଜିଲ୍ଲାପାଳ ଗରୁତ୍ୱାରୋପ କରିଛନ୍ତି । ସହର ତଥା ଜନ ଗହଳିପୂର୍ଣ୍ଣ ସ୍ଥାନ, ଜାତୀୟ ତଥା ରାଜ୍ୟ ରାଜପଥ ପାର୍ଶ୍ୱରେ ଭାରି ଯାନ ପାର୍କିଙ୍ଗ ନ କରିବାକୁ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଦୁଇ ଚକିଆ ଯାନରେ ତିନି ଜଣ ନ ଯିବା ଓ ହେଲମେଟ ପିନ୍ଧିବା ଏପରିକି ଡ୍ରାଇଭିଂଗ ଲାଇସେନ୍ସ ଓ ମଦ୍ୟପ ଚାଳକ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିଭାଗ ତରଫରୁ ବିଭିନ୍ନ ରାସ୍ତାରେ ଯାନବାହାନ ଗୁଡିକର ନିୟମିତ ଭାବରେ ମିଳିତ ଯାଞ୍ଚ ପ୍ରକ୍ରିୟା ଚାଲୁ ରଖିବା ନେଇ ଆଲୋଚନା କରାଯାଇଥିଲା । ସଡକ ଦୁର୍ଘଟଣା ପୂର୍ବ ଅପେକ୍ଷା ଏବେ କମ ରହିଥିଲେ ସୁଦ୍ଧା ଆଗକୁ ଏହା ଯେପରି ଜିରୋ କାଜୁଆଲଟି ହେବ ସେ ଦିଗରେ ଯତ୍ନବାନ ହେବାକୁ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ଗୁରୁତ୍ୱାରୋପ କରିଥିଲେ । ବିଶେଷ କରି ମଦ୍ୟପାନ କରି ଗାଡି ଚାଳକଙ୍କ ଉପରେ କଡା ନଜର ଦେବାକୁ ବୈଠକ ରେ ଆଲୋଚନା କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

5 × one =