ପୌରପରିଷଦ ଅଧିନିୟମ ଓ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ନେଇ ପରିଷଦରେ ବିରୋଧୀଙ୍କ ହଟଗୋଳ

0 54

ଗଞ୍ଜାମ:ଗଞ୍ଜାମ ଜିଲ୍ଲା କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କୋଦଳା କଲ୍ୟାଣି ମଣ୍ଡପ ଠାରେ ପରିଷଦର ପ୍ରଥମ କାଉନସିଲର ବୈଠକ ଅନୁଷ୍ଠିତ ହୋଇଥିଲା ।କିନ୍ତୁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ ପରିଷଦର ଅଧିନିୟମ ବିରୋଧରେ ଏହି ବୈଠକ ଡାକିଥିଲେ । ମିଟିଙ୍ଗ ପୂର୍ବରୁ ଜେନେରାଲ ବଡି ମିଟିଙ୍ଗ ଡାକିବା କଥା କିନ୍ତୁ ତାହା ହୋଇନଥିଲା ଓ ଓଡିଶା ମୁନିସିପାଲଟି ଧାରା ୩ ଅନୁଯାୟୀ ମାସର ପ୍ରଥମ ସୋମବାର ଓ ମାସର ଶେଷ ଶନିବାରରେ ମିଟିଙ୍ଗ ହେବା କଥା । ଅପର ପକ୍ଷରେ କାମ କରୁଥିବା କଣ୍ଟ୍ରାକ୍ଟର ମାନଙ୍କୁ ପିସି ଦେଲେ ବିଲ କରିବା,କିଛି କାଉନସିଲରକୁ ଦୁର୍ବ୍ୟବହାର କରିବା ସହ ଏନଏସିକୁ ନ ଆସିବା ପାଇଁ କହିବା, ଅସାମାଜିକ ଲୋକଙ୍କୁ ନେଇ ରାତ୍ର ୧୦ ଘଣ୍ଟ ପର୍ଯ୍ୟନ୍ତ ଏନଏସି କାର୍ଯ୍ୟାଳୟରେ ଆଡା ଚଲେଇବା, ଅଧ୍ୟକ୍ଷ କାହିଁକି ନିୟମକୁ ଅବମାନନା କରିଲେ ଏହିଭଳି ଅନେକ ସମସ୍ୟାକୁ ନେଇ କକ୍ଷରେ ବିରୋଧୀ ନାରାବାଜି ଦେଇଥିଲେ ।
ସାଂସଦଙ୍କ ପ୍ରତିନିଧିତ୍ୱ କରୁଥିବା ଟୁନା ପାଢ଼ୀ ମଧ୍ୟ ଏହାରି ଉପରେ ଆଲୋଚନା କରାଯାଉ କହିଥିଲେ ମଧ୍ୟ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ କହିଥିଲେ କି ତୁମେ ଏଠି ପାଟି ଖୋଲିପାରିବ ନାହିଁ । ସେ ନେଇ କିଛି ସମୟ ଧରି ସଭା କାର୍ଯ୍ୟ ଅଚଳ ହେବାପରେ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା କୋଦଳା ତହସିଲଦାର ଏହି ବୈଠକକୁ ଅଧାରୁ ବନ୍ଦ କରିଥିଲେ । ଆଗାମୀ ଦିନରେ ଯଦି ଏହି ଏନଏସିରେ ଏହିଭଳି ଚାଲେ ତାହେଲେ ଆଗକୁ ଏହା ଏକ ମଦୁଆ ମାନଙ୍କ ଆଡା ପାଲଟି ଯିବ ବୋଲି କାଉନସିଲରମାନେ କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟନୁଷ୍ଠାନ ନେବାପାଇଁ ସେମାନେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

sixteen − 7 =