ମଦକୁ ବିରୋଧ, ତାତିଲେ ମହିଳା

0 470

ଦଶପଲ୍ଲା : ନୟାଗଡ ଜିଲ୍ଲାର ଗ୍ରାମାଞ୍ଚଳରେ ବହୁଛି ମଦର ବନ୍ୟା, ଗାଁ ଗାଁରେ ଚୋରା ଦେଶୀ ଓ ବିଦେଶୀ ମଦବେପାର, ମଦୁଆଙ୍କ ସଂଖ୍ୟା ସହିତ ସେମାନଙ୍କର ଉପଦ୍ରବ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଗାଁର ଛୋଟଛୋଟ ପିଲାମାନେ ମଧ୍ୟ ଘରୁ ଟଂକା ଚୋରିକରି ମଦ୍ୟପାନ କରୁଥିବା ଦେଖିବାକୁ ମିଳୁଛି । ଏମିତି ଆଉ କେତେବା ସହିବେ ମହିଳାମାନେ । ନିଜ ନିଜର ସଂସାରକୁ ଉଛନ କରିଥିବା ମଦ ରାକ୍ଷସ ବିରୋଧରେ ତାତିଲେ ମହିଳା ମାନେ । ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ସୀଙ୍ଗାରପଲ୍ଲି ପଞ୍ଚାୟତର ଯୋଡାସାହି ଗ୍ରାମରେ । ପ୍ରକାଶଥାଉକି କାପ୍ତାପଲ୍ଲୀ ଏବଂ ଗୁମି ମାଳ ଅଞ୍ଚଳରେ ଚୋରାରେ ଦେଶୀ ମଦ ରନ୍ଧାଯାଇ ବିକ୍ରି କରାଯାଉ ଥିବାରୁ ଯୋଡାସାହି ଗ୍ରାମର କେତେକ ବ୍ୟକ୍ତି ଚୋରାରେ ମଦ ଆଣି ଗ୍ରାମରେ ବେପାର କରୁଛନ୍ତି । ଯାହା ଫଳରେ ଗ୍ରାମରେ ମଦ୍ୟାପଙ୍କ ସଂଖ୍ୟା ବୃଦ୍ଧି ପାଉଛି ଏବଂ ଗ୍ରାମର ଯୁବପିଢି ମଦନିଶା କବଳରେ ପଡ଼ୁଛନ୍ତି । ମଦ ଯୋଗୁଁ ଗ୍ରାମର ଶାନ୍ତ ପରିବେଶ ନଷ୍ଟ ହେବା, ପରିବାରରେ ଅଶାନ୍ତି ସୃଷ୍ଟି ହେବା , ମଦ୍ୟପାନ କରି ଘରେ ମାରପିଟ୍‌ କରିବା ସହିତ ଗାଆଁରେ ବିଶୃଙ୍ଖଳା ସୃଷ୍ଟି ହେଉଛି । ଏଥିରେ ଅତିଷ୍ଠ ହୋଇ ଯୋଡାସାହି ଗ୍ରାମର ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀର ଶତାଧିକ ମହିଳା ଏକାଠି ହୋଇ ଗ୍ରାମରେ ଚୋରା ମଦ ବେପାର ବନ୍ଦ କରିବା ଓ ଗ୍ରାମକୁ ନିଶାମୁକ୍ତ କରିବା ଲକ୍ଷ୍ୟରେ ଏକ ଶୋଭାଯାତ୍ରାରେ ବାହାର କରି ମଦ,ଗଞ୍ଜେଇ ପ୍ରଭୃତି ବିଭିନ୍ନ ନିଶାଦ୍ରବ୍ୟ ସେବନର ଅପକାରିତା ସମ୍ପର୍କରେ ସଚେତନ କରାଇବା ସହିତ ଗ୍ରାମକୁ ନିଶାମୁକ୍ତ କରିବା ପାଇଁ ବିଭିନ୍ନ ସ୍ଲୋଗାନ ମାନ ଦେଇ ଗ୍ରାମ ପରିକ୍ରମା କରିଥିଲେ । ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ସମୂହ ପକ୍ଷରୁ ସିଆରପିଏପ ରଶ୍ମିତା କହଁର ଓ ମହିଳା ଗୋଷ୍ଠୀର ସଭାନେତ୍ରୀ ଜୟନ୍ତୀ ଧଳ ପ୍ରମୁଖଙ୍କ ନେତୃତ୍ୱରେ ଗ୍ରାମରେ ଚୋରାମଦ ବିକ୍ରୀ ବିରୁଦ୍ଧରେ ଏବଂ ଗ୍ରାମକୁ ନିଶାମୁକ୍ତ କରିବା ପାଇଁ ନିଆଯାଇଥିବା ପଦକ୍ଷେପକୁ ଗ୍ରାମର ବୁଦ୍ଧିଜୀବୀ ଓ ପଞ୍ଚାୟତବାସି ସ୍ୱାଗତ କରିଛନ୍ତି । ଗ୍ରାମାଞ୍ଚଳରେ ଚାଲିଥିବା ଚୋରା ଦେଶୀ ମଦ ବେପାରକୁ ରୋକିବା ପାଇଁ ଅବକାରୀ ବିଭାଗ ଓ ସ୍ଥାନୀୟ ପୋଲିସ ଦୃଷ୍ଟି ଦେବା ନିମନ୍ତେ ସାଧାରଣରେ ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

20 − five =