ନାନ୍ଦୁପଲାରୁ ବିରଳ ବହୁରୂପୀ ଏଣ୍ଡୁଅ ଉଦ୍ଧାର

0 244

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ନାନ୍ଦୁପଲା ଗାଁର ଜଣକ ବାଡ଼ିରୁ ଏକ ବିରଳ ବହୁରୂପୀ ଏଣ୍ଡୁଅ ବନବିଭାଗ ଉଦ୍ଧାର କରିଛି । ସୂଚନା ଅନୁସାରେ ଏହି ବିରଳ ବହୁରୂପୀ ଏଣ୍ଡୁଅଟି ସଢାନନ୍‌ ଖମାରୀଙ୍କ ବାଡ଼ିରେ ଏକ ଗଛରେ ଥିବା ଦେଖି ସଢାନନ୍‌ ବନ ବିଭାଗକୁ ଖବର ଦେଇଥିଲେ । ରେଞ୍ଜଧିକାରି ଗିରିଧାରୀ ନାଗଙ୍କ ନିର୍ଦ୍ଦେଶରେ ବନ ରକ୍ଷୀ ମହେନ୍ଦ୍ର କାଳସାଏ, ମିଥୁନ ମିର୍ଦ୍ଧା, ଆମଜଙ୍ଗଲ ଯୋଜନା ଡି.ଓ ତହସିଲ ବାଗ ପ୍ରମୁଖ ପହଞ୍ଚି ସୁରକ୍ଷିତ ଉଦ୍ଧାର କରିଥିଲେ । ଜୀବଟିକୁ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା । ସ୍ଥାନୀୟ ସ୍ୱେଚ୍ଛାସେବୀ ଜ୍ୟୋତି ରଞ୍ଜନ ପଣ୍ଡା, ଗଗନ ପଣ୍ଡା ସମେତ ବନ ବିଭାଗ କର୍ମଚାରୀ ବହୁରୂପୀ ଏଣ୍ଡୁଅଟିକୁ ଗନ୍ଧମାର୍ଦ୍ଦନ ପାହାଡ଼ରେ ଛାଡିଥିବା ଜଣାଯାଇଛି । ଗାଁକୁ ଲାଗି ଗନ୍ଧମାର୍ଦ୍ଦନ ପାହାଡ଼ ଥିବାରୁ ଏଣ୍ଡୁଅଟି ଗାଁକୁ ଚାଲି ଆସିଥିବା ଜଣାଯାଇଛି । ଗନ୍ଧମାର୍ଦ୍ଦନ ପାହାଡ଼ରେ ଅନେକ ବିରଳ ଜୀବ ଥିବାରୁ ତାର ସୁରକ୍ଷା ପାଇଁ ବନ ବିଭାଗ ସଚେତନତା ସୃଷ୍ଟି କରିବା ଆବଶ୍ୟକତା ରହିଛି ।

hiranchal ad1
Leave A Reply

Your email address will not be published.

three × three =