ମୋଦିଙ୍କ ଜନ୍ମଦିନ ଅବସରରେ ୨୭ନଂ ୱାର୍ଡରେ ସେବା ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟକ୍ରମ

0 122

ଗଞ୍ଜାମ: ଭାରତର ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ ଅବସରରେ ଭାରତୀୟ ଜନତା ପାର୍ଟି ଦ୍ୱାରା ନିର୍ଦ୍ଧାରିତ ସେବା ସପ୍ତାହ କାର୍ଯ୍ୟକ୍ରମ ଅନୁଯାୟୀ ବ୍ରହ୍ମପୁର ଗୋଷାଣୀ ନୂଆଁଗାଁ ୨୭ନଂ ୱାର୍ଡରେ ଭାରତୀୟ ଜନତା ପାର୍ଟିର କର୍ପୋରେଟର ତଥା ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ନୀଳକଣ୍ଠ ସାହୁଙ୍କ ତତ୍ତ୍ୱାବଧାନରେ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର ସେବା କାର୍ଯ୍ୟକ୍ରମରେ କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ୱାରା ୨୭ନଂ ୱାର୍ଡ ସନ୍ନିକଟ ବ୍ରହ୍ମପୁର ଷ୍ଟେସନ ରୋଡରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ଓ ବିଜିପୁର ଛକରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସଫେଇ କରି ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଉଭୟ ପ୍ରତିମୂର୍ତ୍ତି ପରିସର ସଫେଇ କରାଯାଇଥିଲା । ଏହି ଅବସରରେ ବ୍ରହ୍ମପୁର ନଗର ନିର୍ବାଚନରେ ଭାଜପାର ମେୟର ପ୍ରାର୍ଥୀ ହୋଇଥିବା ସବିତା ସୁଆର, ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମୀନା ଦ୍ୟାନ ସାମନ୍ତରା, ମନୋରଞ୍ଜନ ଦ୍ୟାନସାମନ୍ତରା, ସ୍ୱଚ୍ଛ ଭାରତ ସଂଯୋଜକ ରାମ କୁମାର ପାତ୍ର, ଅନନ୍ତ ନାରାୟଣ ମହାନ୍ତି, ସୁଶୀଳା ମଲ୍ଲିକ, ସନ୍ତୋଷ ସାହୁ, ଗଜେନ୍ଦ୍ର ଚୌଧୁରୀ, ଗୋପୀନାଥ ପଣ୍ଡା, ନଳିନୀ ସାହୁ, ବିଦ୍ୟାଧର ପଣ୍ଡା, ବାବୁ ସେଠି, ମହେଶ ସାହୁ, ସାଧାରଣ ସଂପାଦକ ରାଜେନ୍ଦ୍ର କୁମାର, ରାମହରି ଖଣ୍ଡୁଆଳ, ବିନୋଦ ସିଂ, ସବିତା ନାୟକ, ଯୁବ ମୋର୍ଚ୍ଚା ଜିଲ୍ଲା ଉପସଭାପତି କିରଣ ସାହୁ, ଶିବ ପାଣିଗ୍ରାହୀ, ରଂଜିତା ବେହେରା, ବନିତା ସାହୁ, ଚିତ୍ତରଂଜନ ସାହୁ, ସାଗର ମୁଖି, ରବି ସାବତ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

three × 2 =