ବନ୍ୟା ପ୍ରଭାବିତ ଅଂଚଳ ବୁଲିଦେଖିଲେ ବାଲିଗୁଡା ବିଧାୟକ

0 126

ଫୁଲବାଣୀ/ବାଲିଗୁଡା:- ବନ୍ୟାଞ୍ଚଳ ଗସ୍ତରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର । ଦୁର୍ଦ୍ଦିନ ସମୟରେ ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ଚେଷ୍ଟାଜାରି ରଖିଛନ୍ତି ବିଧାୟକ କହଁର ।
ଚାରିଦିନ ଧରି ଅହରହ ବର୍ଷାରେ ଜିଲାର ପ୍ରାୟ ୩ ଶହରୁ ଉର୍ଦ୍ଧ୍ୱ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକର ପ୍ରାୟ ୭ଟି ପଞ୍ଚାୟତରେ ରାସ୍ତା କଟିଯିବାରୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି । କୁର୍ତ୍ତମଗଡ ଠାରୁ ସିର୍ଲା ରୋଡ, ସରଧାପୁର ବ୍ରିଜ, ପାଡାମାହା ରାସ୍ତା, ଲଦରଗାଁ ଠାରୁ ଲଙ୍କାଗଡ଼ ରାସ୍ତା, ବେଲଘର ଠାରୁ ଗୁର୍ଲିମାସ୍କା ରାସ୍ତା ସମ୍ପୂର୍ଣ୍ଣ ରୂପେ ବର୍ଷା ଜଳରେ ଧୋଇ ହୋଇଯାଇଛି । ଯାହା ଫଳରେ ଅନେକ ଗ୍ରାମକୁ ଏବେ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ଅବସ୍ଥାରେ ଅଛି । ଏଭଳି ସମୟରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ତୁମୁଡିବନ୍ଧ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ପହଁଚିଛନ୍ତି । ଘାଟି ପାହାଡ ରାସ୍ତାରେ ଅସୁବିଧାରେ ଥିବା ଗୋଟିଏ ଗୋଟିଏ ପରିବାରକୁ ଯାଇ ସେମାନଙ୍କ ସମସ୍ୟା ବୁଝୁଛନ୍ତି । ଯେଉଁ ସବୁ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ସେଠାରେ ନିଜେ ଉପସ୍ଥିତ ରହି ରାସ୍ତା ନିର୍ମାଣ କାର୍ଯ୍ୟ କରୁଛନ୍ତି । ଆଜିର ଏହି ମାରାଥନ ଗସ୍ତରେ ବାଲିଗୁଡା ବିଧାୟକ ଚକ୍ରମଣି କଁହର , ତୁମୁଡିବନ୍ଧ ବିଜୁ ଜନତା ଦଳ ସଭାପତି ପ୍ରମୋଦ କୁମାର ସାହୁ, ପଞ୍ଚାୟତ ସମିତି ଅଧକ୍ଷ ବାସନ୍ତି ମାଝୀ, ଜିଲ୍ଲାପରିଷଦ ସଭ୍ୟ ନବୀନ ପାତ୍ର , ସମିତି ସଭ୍ୟା ସୁଭଦ୍ରା ବେହେର ଦଳାଇ, ପଂଚାୟତ ସଭାପତି ଜିସାୟ ମଣ୍ଡଳ, ମୟନ୍ତି ପାଟମାଝୀ, ଅମୀୟ ପରାସେଠ, ବଙ୍ଗାଳି ବଡ଼ସେଠ, ଗଙ୍ଗା ମିଶ୍ର, ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

1 × 1 =