୩୨ ପ୍ରହର ନାମଯଜ୍ଞ ନିମନ୍ତେ କଳସ ଯାତ୍ରା

0 103

ଘୁ.ଉଦୟଗିରି: ଘୁ. ଉଦୟଗିରି ବ୍ଲକ ଅଧିନସ୍ଥ ମାଲିକା ପଡ଼ି ପଞ୍ଚାୟତ ପାଙ୍ଗାନାଜୁ ଗ୍ରାମ ଠାରେ ୪୧ ତମ ବାର୍ଷିକ ୩୨ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଛି । କମିଟି ସଭାପତି କାଭେନ ପ୍ରଧାନଙ୍କ ନେତୃତ୍ୱ ଓ ଉପ ସଭାପତି ଅଜିତ କୁମାର ପ୍ରଧାନ ଓ ଯଜ୍ଞ ପରିଚାଳକ ବାହନ ପ୍ରଧାନଙ୍କ ସହଯୋଗରେ ପଞ୍ଚାୟତ ର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଯଜ୍ଞ ପୂଜା ପାଇଁ ଆବଶ୍ୟକୀୟ କଳସୀ ଜଳ ନିମନ୍ତେ ଯଜ୍ଞ ସ୍ଥଳରୁ ବାହାରି ଗାଁ ଠାରୁ କିଛି ଦୂର ନଦୀରେ ପୂଜାପାଠ କରି ଜଳ ପୂର୍ଣ୍ଣ କଳସୀ ପଇଡ଼ ସହ ଉଠେଇ ଥିଲେ । ସମସ୍ତ ମହିଳା ଜଳପୂର୍ଣ୍ଣ କଳସୀ ଗୁଡ଼ିକୁ ମୁଣ୍ଡରେ ମୁଣ୍ଡେଇ ଘୁ. ଉଦୟଗିରି ସହର ମଧ୍ୟ ଦେଇ ଯଜ୍ଞ ସ୍ଥଳକୁ ଯାତ୍ରା କରିଥିଲେ । ୧୦ ତାରିଖ ସକାଳ ୧୦ ଘଣ୍ଟିକା ଠାରୁ ହୋମୋ ଯଜ୍ଞ, ନାମ ଯଜ୍ଞ ଆରମ୍ଭ ହେବ । ବିଭିନ୍ନ ଗାଁ ରୁ ଆସିଥିବା ସଙ୍କୀର୍ତ୍ତନ ମଣ୍ଡଳୀ ଗୁଡ଼ିକ ଅସ୍ଥାୟୀ ଠାକୁରଙ୍କୁ ଚାରିପଟେ ବେଢ଼ା ଦେଇ ହରେ ରାମ ହରେ କୃଷ୍ଣ ନାମକୁ ଗୀତ ମାଧ୍ୟମରେ ଗାଇଗାଇ ବେଢ଼ା ଦେଇଥାନ୍ତି । ବିଭିନ୍ନ ଗାଁ ରୁ ପ୍ରାୟ ୩୦/୪୦ ସଙ୍କୀର୍ତ୍ତନ ମଣ୍ଡଳୀ ଗୁଡ଼ିକୁ ଯଜ୍ଞରେ ନାମ ସଙ୍କୀର୍ତ୍ତନ ନିମନ୍ତେ ନିମନ୍ତ୍ରଣ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମ ୯ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ଦିନ ସମାପ୍ତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ପ୍ରତି ବର୍ଷ ବିଭିନ୍ନ ଗାଁ ଗାଁରେ ଏପରି ଯଜ୍ଞ ଆୟୋଜନ ହୋଇଥାଏ । ନିଜ ଗାଁ, ପଞ୍ଚାୟତ, ରାଜ୍ୟ, ଦେଶ ତଥା ସମଗ୍ର ବିଶ୍ୱର ମଙ୍ଗଳ କାମନା କରି ନାମ ଯଜ୍ଞର ଆୟୋଜନ କରାଯାଇଥିବା କଥା ପ୍ରକାଶ କରିଛନ୍ତି ଆୟୋଜକ ସଦସ୍ୟ ।

hiranchal ad1
Leave A Reply

Your email address will not be published.

4 × 3 =