ସବୁ ଗୁହାରି ନିଷ୍ଫଳ,ଧାରଣାରେ ବସିବେ ଗ୍ରାମବାସୀ

0 379

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଚଡେୟାପଲ୍ଲୀ ଗ୍ରାମ ପଞ୍ଚାୟତଟି ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମ ପଞ୍ଚାୟତ । ଛୋଟ ଛୋଟ ୧୨ଗୋଟି ୱାର୍ଡ ସହ କେତେଗୋଟି ପଡା ଗ୍ରାମକୁ ନେଇ ଗଠିତ ପଞ୍ଚାୟତ । କିନ୍ତୁ ଭୌଗୋଳିକ ପରିସୀମା ଦୃଷ୍ଟି କୋଣରୁ ଏହା ବ୍ୟାପକ ଅଞ୍ଚଳ ପର୍ଯ୍ୟନ୍ତ ପରିବ୍ୟାପ୍ତ । ତେଣୁ ସରକାର ନୂତନ ପଞ୍ଚାୟତ ସୃଷ୍ଟି କରିବା ସମୟରେ ଚଡେୟାପଲ୍ଲୀରୁ ଦୁଡା ଏବଂ ପାଖାପାଖି କେତୋଟି ଗ୍ରାମକୁ ନେଇ ” ଦୁଡା’କୁ ଏକ ସ୍ୱତନ୍ତ୍ର ପଞ୍ଚାୟତ କରିଦେଲେ । କିନ୍ତୁ ଜୁରାଗଣ୍ଡା ଗ୍ରାମବାସୀଙ୍କୁ ଚଡେୟାପଲ୍ଲୀ ଅପେକ୍ଷା ଦୁଡା ପଞ୍ଚାୟତ ଅଧିକ ଦୂର ହେଲା । ଆମେ ପୂର୍ବ ପରି ଚଡେୟାପଲ୍ଲୀ ପଞ୍ଚାୟତରେ ରହିବୁ ଦାବିକରି ଲୋକେ ଗତ ପଂଚାୟତ ନିର୍ବାଚନରେ ଭୋଟ ବର୍ଜନ କରିଥିଲେ ଏବଂ ସରକାର ନ ଶୁଣିଲେ ଧାରଣା ଦେବୁ ବୋଲି ଗତ ୨୫ତାରିଖରେ ଜଣାଇଥିଲେ । ଆଗଧାଡିର ଆଦିବାସୀ ନେତା ଶ୍ରୀନିବାସ ଜାନିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଆସନ୍ତାକାଲି ଠାରୁ ଧାରଣା ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲା ପ୍ରଶାସନ ସେମାନଙ୍କ ସହ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

hiranchal ad1
Leave A Reply

Your email address will not be published.

5 − two =