ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌

0 93

ଫୁଲବାଣୀ: ଫୁଲବାଣୀ ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଭାସ୍କରଚନ୍ଦ୍ର ସାହୁ ଏକ ୧୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାର ବିଚାରଣା କରି ମାମଲାର ୧୩ ଜଣ ସାଖିଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୀଡ଼ିତାର ବୟାନକୁ ଆଧାର କରି ଘଟଣାର ଅଭିଯୁକ୍ତ ସୀତାପୁର ବେହେରା ମାଝୀ (୨୨)କୁ ଦୋଷୀ ସାବ୍ୟସ୍ତ କରିବା ସହିତ ତାକୁ ୧୦ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ସମେତ ୫୦ ହଜାର ଟଙ୍କାର ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ତାକୁ ଆଉ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିଜ ରାୟରେ ବିଚାରପତି ପ୍ରକାଶ କରିଛନ୍ତି । ପୀଡ଼ିତାଙ୍କ ତରଫରୁ ସ୍ୱତନ୍ତ୍ର ପିପି ବନମାଳୀ ବେହେରା ମାମଲାର ପରିଚାଳନା କରିଥିଲେ । ସୂଚନା ଅନୁସାରେ ୨୦୧୭ ମସିହା ଫେବୃୟାରୀ ମାସ ୨୫ ତାରିଖରେ ପୀଡ଼ିତା ନିକଟସ୍ଥ ଗାଁ ସାଙ୍ଗମାହାକୁ ଯାତ୍ରା ଦେଖିବାକୁ ଯାଇଥିଲା । ସେଠାରେ ପ୍ରାୟ ସନ୍ଧ୍ୟା ୭ଟା ସମୟରେ ସେ ଗୋଟିଏ ଦୋକାନରେ ଠିଆ ହୋଇଥିବା ବେଳେ ଅଭିଯୁକ୍ତ ତାକୁ ସେଠାରୁ ଜୋର ଜବରଦସ୍ତ କରି ଉଠାଇ ନେଇ ଗୋଟିଏ ଆମ୍ବ ଗଛ ମୂଳରେ ତା ସହିତ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । ଫଳରେ ପୀଡ଼ିତା ଅଚେତ ହୋଇପଡିଥିଲା, ତାର ଏହି
ଅବସ୍ଥା ଦେଖି ନିକଟରେ ଥିବା ଅନ୍ୟ ଦୁଇଜଣ ସହୃଦୟ ବ୍ୟକ୍ତି ତାକୁ ସେଠାରୁ ଉଦ୍ଧାର କରିବା ସହିତ ତା’ର ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ପୀଡ଼ିତାର ବାପା ଓ ପରିବାର ଲୋକେ ସେଠାରେ ପହଞ୍ଚି ନାବାଳିକାକୁ ସେଠାରୁ ନେଇଥିଲେ । ପୀଡ଼ିତାର ବାପା ୨୮/୦୨/୨୦୧୭ ତାରିଖରେ କୋଟଗଡ ଥାନାରେ ଏହି ସଂକ୍ରାନ୍ତରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ କୋଟଗଡ ଥାନା ପୋଲିସ ଏକ ମାମଲା ୧୬ /୨୦୧୭ ରୁଜ୍ଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା । ଆଜି ସେହି ମାମଲାର ବିଚାରଣା କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

two × 4 =