ଶିକାର କରିବା ପଡିଲା ମହଙ୍ଗା, ତିନି ଶିକାରୀ ଗିରଫ୍‌

0 139

ଦଶପଲ୍ଲା : ନୟାଗଡ ଜିଲ୍ଲା ମହିପୁର ବନ ବିଭାଗକୁ ମିଳିଛି ବଡ଼ ସଫଳତା । ଆଜି ଭୋର୍‌ ସମୟରେ ମାଇଛେଳି ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ଚଢ଼ାଉ କରି ୩ ଜଣ ଶିକାରୀକୁ ଗିରଫ କରି କୋର୍ଟଚାଲାଣ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ରାତ୍ରରେ ମାଇଛେଳି ସଂରକ୍ଷିତ ଜଙ୍ଗଲରେ ଶିକାରୀମାନେ ବନ୍ୟଜନ୍ତୁ ଶିକାର କରିବା ପାଇଁ ୨ କିମି ଜିଆଇ ତାର ବିଛାଇ ଫାସ ବସାଇଥିଲେ ।ଏହି ଖବର ପାଇ ବନାଞ୍ଚଳ ଅଧିକାରୀ ଅମ୍ରିତ ସାହୁଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗ କର୍ମଚାରୀମାନେ ଶିକାରୀମାନଙ୍କୁ ଧରିବା ପାଇଁ ସେହି ସ୍ଥାନରେ ଜଗି ବସିଥିଲେ । ସଂପଡ଼ା ଗ୍ରାମର ସମୀର ସ୍ୱାଇଁ, ବିକାଶ କୁମାର ମାର୍ଥା, ପ୍ରଶାନ୍ତ ମହାରଣା ପ୍ରାତଃ ୪ଟା ସମୟରେ ଜିଆଇ ତାର କାଢ଼ିବା ପାଇଁ ସେହି ସ୍ଥାନରେ ପହଞ୍ଚିଥିଲେ । ଆଗରୁ ଜଗି ରହିଥିବା ବନ କର୍ମଚାରୀ ୩ ଜଣ ଶିକାରୀକୁ କାବୁ କରିନେଇଥିଲେ । ସେମାନଙ୍କ ଠାରୁ ମାଂସ କାଟିବା ପାଇଁ ଏକ ଚାପୋଡ, ୭ କେଜି ଜିଆଇ ତାର ସହ ୧୫ଟି ବୋତଲ ଜବତ କରାଯାଇଥିବା ସହ ୧୨ /୨୦୨୨ – ୨୩ ରେ ମାମଲା ରୁଜୁ କରାଯାଇ ୩ ଜଣ ଶିକାରୀକୁ କୋର୍ଟ ଚାଲାଣ କରାଯାଇଥିଲା । ଆଗାମୀ ଦିନରେ ଅବାଧ ପଶୁ ଶିକାର କରୁଥିବା ଶିକାରୀମାନଙ୍କ ବିରୁଦ୍ଧରେ ଚଢ଼ାଉ ଜାରୀ ରହିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

five × 3 =