ବୀର ସୁରେନ୍ଦ୍ର ସାଏଙ୍କ ପୂଣ୍ୟତିଥି ଅବସରରେ ସଫେଇ ଅଭିଯାନ

0 68

ସମ୍ବଲପୁର: ମହାନ ସ୍ୱାଧୀନତା ସଂଗ୍ରାମୀ ଜାତୀୟ ବୀର ସୁରେନ୍ଦ୍ର ସାଏଙ୍କର ୧୩୯ ତମ ପୁଣ୍ୟତିଥି ଅବସରେ ଆଜି ସାମାଜିକ ଏବଂ ସାଂସ୍କୃତିକ ସଂଗଠନ ଭାରତୀ ସମାଜ ଓ ପଶ୍ଚିମାଞ୍ଚଳ ଏକତା ମଂଚ ତରଫରୁ ବୁଢାରାଜା ପାହାଡ ଉପରେ ସଫେଇ ଅଭିଯାନ କରାଯାଇଥିଲା । ଏହି ଅବସରରେ ଉଲଗୁଲାନ ସ୍ମାରକୀ ନିକଟରେ ପ୍ଲାଷ୍ଟିକ ସାମଗ୍ରୀ ଏବଂ ଆବର୍ଜନା ସଫେଇ କରାଯାଇଥିଲା । ଏଥିରେ ସମ୍ବଲପୁର ମହାନଗର ନିଗମର କର୍ମକର୍ତ୍ତା ମାନେ ମଧ୍ୟ ସାମିଲ ହୋଇଥିଲେ । ସଫେଇ ଅଭିଯାନ ପରେ ଉଲଗୁଲାନ ସ୍ମାରକୀରେ ପୁଷ୍ପମାଲ୍ୟ ଦେଇ ବୀର ସୁରେନ୍ଦ୍ର ସାଏଙ୍କର ସ୍ୱାଧୀନତା ସଂଗ୍ରାମ ଏବଂ ସହଯୋଗୀ ବୀର ସଂଗ୍ରାମୀ ମାନଙ୍କ ସ୍ମୁତି ଚାରଣ କରାଯାଇଥିଲା । ଭାରତୀ ସମାଜ ସମ୍ବଲପୁର ଶାଖା ସଂଯୋଜକ କାର୍ତ୍ତିକ ପ୍ରସାଦ ବହିଦାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଉଲଗୁଲାନ ସ୍ମାରକୀ ଅଂଚଲରେ ଏକ ଉଦ୍ୟାନ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏଥିପାଇଁ ପ୍ରତି ରବିବାର ସକାଳ ୮ ଟାରେ ଗୋଟିଏ ଘଂଟା ଶ୍ରମଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଭାରତୀ ସମାଜର ସଂଚାଳକ ଭବାନୀଶ ଭୋଇ କାର୍ଯ୍ୟକ୍ରମ ପରିଚାଲନା କରିଥିଲେ । ଆଜିର କାର୍ଯ୍ୟକ୍ରମରେ ସୁବୋଧ କୁମାର ଦୋରା, ସୁସ୍ମିତ କୁମାର ପଣ୍ଡା, କାନ୍ତି ମେହେର, ପଂକଜିନୀ ମେହେର, ସୁରେନ୍ଦ୍ର ବଗର୍ତୀ, ସରୋଜିନୀ ବନଛୋର, ଶାନ୍ତନୁ ପାଢୀ, ରାଜେଶ ବେହେରା, ରାଜେନ୍ଦ୍ର ସତନାମୀ, ରାଜେଶ ସ୍ୱାଇଁ, ତ୍ରୁପ୍ତି ପଣ୍ଡା, ସ୍ୱଧୀନ ମେହେର, ମେଘୁ ମୁଣ୍ଡା, ଅର୍ପିତା ବେହେରା, ଭାରତୀ ପଣ୍ଡା, ସମ୍ବଲପୁର ମହାନଗର ନିଗମର ସହକାରୀ କମିଶନର କର୍ଣ୍ଣ ସୁନାଙ୍କ ସହ ସୌମ୍ୟା ଚୌଧୁରୀ, ମୋନାଲିସା ପ୍ରିୟଦର୍ଶିନୀ, ସୁମର ହର, ସୁଶାନ୍ତ ପ୍ରଧାନ, ମୋନିକା ମାନସିଂହ ପ୍ରମୁଖ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

four × three =