ସୁବର୍ଣ୍ଣପୁର: ବିଶ୍ୱ ରେଡକ୍ରସ ଦିବସ ଉପଲକ୍ଷେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବଜରଙ୍ଗ କଲ୍ୟାଣ ମଣ୍ଡପଠାରେ ସତ୍ୟସାଇ ସେବା ସଂଗଠନ ତରଫରୁ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ରକ୍ତଦାନ ଶିବିର ଅମୃତ ବିନ୍ଦୁ ଅନୁଷ୍ଠିତ ହୋଇଥିଲା ।ଉକ୍ତ ଶିବିରକୁ ସତ୍ୟସାଇ ସେବା ସମିତିର ଜିଲ୍ଲା ସଭାପତି ଗୁଣନିଧୂ ପାତ୍ର ଉଦ୍ଘାଟନ କରିଥିଲେ । ବୀରମହାରାଜପୁର ସମିତି ଆବାହକ ସନ୍ତୋଷ ବେହେରାଙ୍କ ସମେତ ପୂର୍ବତନ ଜିଲ୍ଲା ଉଚ୍ଚଶିକ୍ଷା ପରାମର୍ଶଦାତା ଡ଼.ପ୍ରଫୁଲ୍ଲ ରଥ, ବୀରମହାରାଜପୁର କଲେଜ ଅଧ୍ୟକ୍ଷ ଦୀନବନ୍ଧୁ ମେହେର, ଜ୍ୟୋତିର୍ମୟୀ ମିଶ୍ର, ରାମ ମେହେର, କନ୍ଦର୍ପ ମେହେର, ବିନାୟକ ମେହେର, ବିରଞ୍ଚି ମେହେର, ରାଧାଦତ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ରକ୍ତ ଭଣ୍ଡାରର ସୁବାସ ପଣ୍ଡା, ଜଗତ ଦରୁୱାନ ପ୍ରମୁଖ ରକ୍ତ ସଂଗ୍ରହ କରିଥିବା ବେଳେ ଉକ୍ତ ଶିବିରରେ ଗୋଟିଏ ପରିବାରର ତିନିଜଣ ରକ୍ତଦାନ କରିଥିବା ଘଟଣାରେ ଉପସ୍ଥିତ ସମସ୍ତେ ଖୁବ୍ ପ୍ରଶଂସା କରିବସହ ସମସ୍ତଙ୍କ ପାଇଁ ଏହା ଏକ ପ୍ରେରଣା ବୋଲି ମତ ରଖିଥିଲେ । ଶିବିରରେ ମୋଟ ୧୭ୟୁନିଟ ରକ୍ତ ସଂଗ୍ରହ ହୋଇଥିବାବେଳେ ସମସ୍ତ ରକ୍ତଦାତାଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।