ଗଜପତିରେ ପବିତ୍ର ରକ୍ଷା ବନ୍ଧନ ଓ ଗହ୍ମା ପର୍ବ ପାଳିତ

0 154

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହ ଜିଲ୍ଲାର ପୁର ପଲ୍ଲୀରେ ଆନନ୍ଦ ଉଲ୍ଲାସରେ ପବିତ୍ର ରକ୍ଷା ବନ୍ଧନ ଓ ଗହ୍ମା ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଏହି ପର୍ବ ଘରେ ଘରେ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପାଳିତ ହୋଇଯାଇଛି । ବଳଭଦ୍ରଙ୍କ ଜନ୍ମ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଭଉଣୀ ତା’ ଭାଇ ହାତରେ ରାଖୀ ବାନ୍ଧି ଥାଏ । ରାଖୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଏକ ହିନ୍ଦୁ ପର୍ବ ଅଟେ ଯାହା ସାରା ଭାରତରେ ପାଳନ କରାଯାଇଥାଏ ।ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଇ ଥିବାରୁ ଏହାକୁ ଗହ୍ମା ପୂର୍ଣ୍ଣିମା କୁହାଯାଇଥାଏ । ପୁରାତନ କାଳରୁ ଭାରତୀୟ ସଂସ୍କୃତିରେ ଏହାକୁ ପାଳନ କରାଯାଉଛି । ଏହି ଦିନ ଭଉଣୀ ଭାଇର ହାତରେ ରାଖୀ ବାନ୍ଧି ଭାଇର ଉଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ । ଭାଇ ତାର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇ ଥାଏ । ଭାଇ ଭଉଣୀ ମଧ୍ୟରେ ରହିଥିବା ସମ୍ପର୍କ ତଥା ଭଲପାଇବାର ଡୋରିକୁ ବାନ୍ଧିବାର ପରମ୍ପରାକୁ ରକ୍ଷା ବନ୍ଧନ କୁହାଯାଏ । ଯାହାକି ଭାଇ ଭଉଣୀର ମଧ୍ୟରେ ସମ୍ପର୍କକୁ ଦୃଢ଼ କରିଥାଏ । ସହରର ଆଖପାଖ ଅଞ୍ଚଳରେ ରକ୍ଷା ପର୍ବ ଗହ୍ମା ପର୍ବ ପାଳିତ ହୋଇ ଯାଇଛି ।

hiranchal ad1
Leave A Reply

Your email address will not be published.

18 + six =