ଦୀପାବଳିରେ ଏହି ବାଣ ଫୁଟାଇ ପାରିବେ ରାଜ୍ୟବାସୀ, ଅନୁମତି ଦେଲେ ହାଇକୋର୍ଟ

0 221

ଭୁବନେଶ୍ୱର: ଚଳିତ ଦୀପାବଳିରେ ବାଣ ସମ୍ପୂର୍ଣ୍ଣ ବନ୍ଦ ହେବ କି ନାହିଁ ତାକୁ ନେଇ ସମସ୍ତେ ଉକ୍ରଣ୍ଠାର ସହ ଅନେଇ ବସିଥିଲେ । ତେବେ ଏହି ପ୍ରତୀକ୍ଷାର ଅନ୍ତ ଘଟିଛି । ଏଥର ଦୀପାବଳିରେ ବାଣ ଫୁଟିବ । କିନ୍ତୁ କେବଳ ଗ୍ରୀନ କ୍ରାକର ଫୁଟିବ । କେବଳ ଗ୍ରୀନ କ୍ରାକର ଫୁଟାଇବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି । ପିଇଏସଓ(ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍‌ଲୋସିଭ ସେଫ୍ଟି ଅର୍ଗାନାଇଜେସନ) ଅନୁମତି ପ୍ରାପ୍ତ କ୍ରାକର ଫୁଟାଇବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି । ଅନ୍ୟପକ୍ଷରେ କେବଳ ଦୀପାପଳି ଦିନ ୨ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି । ଦୀପାବଳିରେ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି ।
ପ୍ରକାଶ ଯେ, କରୋନା ସଂକ୍ରମଣ ଓ ପ୍ରଦୂଷଣକୁ ରୋକିବା ଲାଗି ପୂର୍ବରୁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟା ଉପରେ ନିଷେଧାଦେଶ ଜାରି କରିଥିଲେ । ତେବେ ସବୁଜ ବାଣ ବିକ୍ରିକୁ ଅନୁମତି ଦେବା ଲାଗି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା ବାଣ ବ୍ୟବସାୟୀ ସଂଘ ।ହାଇକୋର୍ଟ ଗତ ଶୁକ୍ରବାର ଆବେଦନର ଶୁଣାଣି କରି ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ଜଣାଇବାକୁ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବାଣଫୁଟାକୁ ନେଇ ଏନ୍‌ଜିଟି ଗାଇଡଲାଇନ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଏବଂ କୋଭିଡ୍‌ ପ୍ରୋଟୋକଲ ତଥା ସଂକ୍ରମଣ ସ୍ଥିତିକୁ ନଜରରେ ରଖି ଏସଆରସି ବିଭିନ୍ନ ପକ୍ଷ ସହ ଆଲୋଚନା କରିଛନ୍ତି ।

hiranchal ad1
Leave A Reply

Your email address will not be published.

four × 1 =