ଦଶପଲ୍ଲା : କନ୍ୟା ଭୃଣହତ୍ୟାରେ ଏକ ନମ୍ବର ସ୍ଥାନରେ ଥିବା ନୟାଗଡ଼ ଜିଲ୍ଲା, ଏବେ ନା ବାଳିକା ବିବାହରେ ମଧ୍ୟ ନମ୍ବର ୱାନ ହେବାକୁ ବସିଛି । ଦିନକୁ ଦିନ ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ନାବାଳିକା ବିବାହ ସଂଖ୍ୟା ବଢ଼ି ଚାଲିଛି । ଗତକାଲି ଖଣ୍ଡପଡ଼ା ଥାନାର ଏକ ଗ୍ରାମରେ ନୟାଗଡ଼ ଚାଇଲ୍ଡ ଲାଇନ ଟିମ୍ ମଧ୍ୟାହ୍ନରେ ଚଢଉ କରି ନାବାଳିକାର ବାପା ମାଆଙ୍କୁ ତାଗିଦ କରିବା ସହ ନାବାଳିକାର ବିବାହରେ ରୋକ ଲଗାଇଛି । ସ୍ଥାନୀୟ ଅଞ୍ଚଳରେ ନାବାଳିକା କନ୍ୟାକୁ ବିବାହ ପାଇଁ ବାପା ମାଆ ଯୋଜନା ଚଳାଇଥିବା ବେଳେ ଚାଇଲ୍ଡ ଲାଇନ ପକ୍ଷରୁ ବିଭୁତି ଭୂଷଣ ବେଲତ, ସ୍ୱର୍ଣ୍ଣଲତା ଜେନା ଓ ସୁପରଭାଇଜର ଆରତୀ ଷଡଙ୍ଗୀ ପ୍ରମୁଖ ପୁଲିସ ଟିମ୍ ସହ ନାବାଳିକାର ଘରକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ୧୮ ବର୍ଷ ଅତିକ୍ରମ କରିବା ପରେ ନାବାଳିକାକୁ ବିବାହ କରିବାକୁ ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇ ସେଠାରୁ ଫେରିଥିବା ସ୍ଥାନୀୟ ଲୋକ କହିଛନ୍ତି ।