ତାରା ତାରିଣୀ ମନ୍ଦିର ତଳ ପାହାଡ଼ ଜଙ୍ଗଲରେ ଲାଗିଛି ନିଆଁ

0 60

ଗଞ୍ଜାମ: ତାରା ତାରିଣୀ ମନ୍ଦିର ତଳ ପାହାଡ଼ ଜଙ୍ଗଲରେ ବାହାର ଜିଲ୍ଲା ଏବଂ ନିଜ ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣରୁ ଭକ୍ତ ମାନେ ମା ତାରା ତାରିଣୀଙ୍କୁ ଦର୍ଶନ କରିବା ସହିତ ସେମାନଙ୍କ ପ୍ରଥମ ସନ୍ତାନଙ୍କର ଏହି ପୀଠରେ ଚୁଟି ମୁଣ୍ଡନ କରିଥାନ୍ତି । ତେବେ ସେମାନଙ୍କ ପାଇଁ ମନ୍ଦିର ପରିଚାଳନା କମିଟିଙ୍କ ତରଫରୁ ଏବଂ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଯେତିକି ଗୁରୁତ୍ୱ ଦେବା କଥା ସେତିକି ଦେଉନଥିବାରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାରା ଜଙ୍ଗଲରେ କୁଢ଼, କୁଢ଼ ଅଳିଆ ଆବର୍ଜନା ପଡିଥିବାରୁ ଜିଲ୍ଲା ତଥା ବ୍ଳକର ଏବଂ ପଞ୍ଚାୟତର ସ୍ୱଚ୍ଛ ସର୍ଭେକ୍ଷଣ କେତେଦୂର ଠିକ ବୋଲି ଲୋକେ ପ୍ରଶ୍ନ ପଚାରିଛନ୍ତି । ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନିକ ଅଫିସରଙ୍କ ପାରିବା ପଣିଆ ଉପରେ ଆଲୋଚନା କରିଛନ୍ତି । ତେବେ ଆଜି କୌଣସି କାରଣରୁ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା ବେଳେ ଫାୟାର ବିଭାଗ ତରଫରୁ ଗାଡ଼ି ଧରି ଆସିଥିଲେ ମଧ୍ୟ ଟାଙ୍କିରେ ପାଣି ନଥିବାରୁ ନିଆଁ ଲିଭାଇବାରେ ବହୁତ ଡେରି ହୋଇଥିଲା ଓ ଲୋକମାନେ ପାଣି ନଧରି କୁଆଡେ ଆସିଥିଲେ ବୋଲି ପ୍ରଶ୍ନ କରିଥିଲେ ।

hiranchal ad1
Leave A Reply

Your email address will not be published.

three × four =