ବାଲିଗୁଡ଼ା ବିଜେଡ଼ିର ମିଶ୍ରଣ ପର୍ବ

0 367

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବଢ଼ୁଛି ବିଜେଡ଼ିର ବଳ । ବାଲିଗୁଡ଼ା ବରାଳ ଦେବୀ ମନ୍ଦିର ନିକଟରେ ବିଜେଡ଼ିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ତୁମୁଡ଼ିବନ୍ଧ ବ୍ଲକ୍ ଗୁମା ଅଞ୍ଚଳର ୩୭ ପରିବାର ବିଜେପି ଛାଡ଼ି ବିଜେଡ଼ିରେ ସାମିଲ ହୋଇଛନ୍ତି । ବିଧାୟକ ଚକ୍ରମଣୀ କହଁର, ବ୍ଲକ୍ ସଭାପତି ପ୍ରମୋଦ ସାହୁ ଓ ପୁର୍ବତନ ବିଧାୟକ ରାଜୀବ ପାତ୍ରଙ୍କ ନେତୃତ୍ଵରେ ବିଜେପି ଛାଡ଼ି ବିଜେଡ଼ିରେ ମିଶିଛନ୍ତି । ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ବିଜେପି ସାଥିରେ ରହିଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ସ୍ବଚ୍ଛ ଶାସନ ଓ ରାଜ୍ୟର ବିକାଶ ଧାରାରେ ଅନୁପ୍ରାଣିତ ହୋଇ ନିର୍ବାଚନ ମଣ୍ଡଳୀ ସଂଯୋଜକ ଟୁନା ଦାସଙ୍କ ଉପସ୍ଥିତିରେ ବିଜେଡ଼ିରେ ସାମିଲ ହୋଇଛନ୍ତି ବିଜେପିର ୩୭ ଆଦିବାସୀ ପରିବାର । ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣରେ ବିକାଶ ଧାରା ଜାରି ରହିଛି । ଏଥିସହିତ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ମଧ୍ୟ ବଢିବାରେ ଲାଗିଛି । ଏହି ମିଶ୍ରଣ ଫଳରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଆହୁରି ଶକ୍ତିଶାଳୀ ହେବ ଏବଂ ଆମ ଅଞ୍ଚଳର ଆହୁରି ବିକାଶ ହେବ ବୋଲି କହିଛନ୍ତି ନିର୍ବାଚନ ମଣ୍ଡଳୀ ସଂଯୋଜକ ଟୁନା ଦାସ ।

hiranchal ad1
Leave A Reply

Your email address will not be published.

3 × 3 =