ଧର୍ମଶାଳା ବିଧାୟକଙ୍କ ମାରାଥନ ଶିଳାନ୍ୟାସ

0 115

ଯାଜପୁର/ଧର୍ମଶାଳା:୨୦୨୪ ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ଥିବା ବେଳେ ଯାଜପୁର ଜିଲ୍ଲାରେ ପ୍ରକାଶ ପାଇଛି ରାଜନୈତିକ ତତ୍ପରତା । ଯାଜପୁର ଜିଲ୍ଲାର ବହୁ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଧର୍ମଶାଳା କେମିତି ବାଦ ପଡନ୍ତା ଏଥିରୁ ।ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡ଼ି ମଧ୍ୟରେ ଧୀରେ ଧୀରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଚି ।ନିଜ ନିଜ ଦଳର ଭୋଟ ବ୍ୟାଙ୍କ ବୃଦ୍ଧି ଲକ୍ଷ୍ୟରେ ସମସ୍ତେ ସାଧାରଣ ଲୋକଙ୍କ ସହ ଯୋଡ଼ି ହେବାକୁ ଆରମ୍ଭ କଲେଣି ପ୍ରାଣ ମୂର୍ଚ୍ଛା ଉଦ୍ୟମ । କଂଗ୍ରେସ ଶିବିର କିନ୍ତୁ ଶିଥିଳ ଥିବା ପରୀ ଲାଗୁଚି ।
ଆଜି ଧର୍ମଶାଳାର ବିଧାୟକ ପ୍ରଣବ କୁମାର ବଳବନ୍ତ ରାୟଙ୍କ ଦ୍ୱାରା ଧର୍ମଶାଳା ଓ ରସୁଲପୁର ବ୍ଲକର ୩ଗୋଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି ।ପ୍ରଥମେ ଅପରାହ୍ନରେ ଧର୍ମଶାଳା ବ୍ଲକର ଦେଉଳି ଠାରେ ଥିବା ଆଦର୍ଶ ବିଦ୍ୟାଳୟର ୧୦୦ଶଯ୍ୟା ବିଶିଷ୍ଟ ଛାତ୍ରାବାସର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ବିଧାୟକ ପ୍ରଣବ ବଳବନ୍ତ ରାୟ ।ସରକାରଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଏହି ଆଦର୍ଶ ବିଦ୍ୟାଳୟରେ ଛାତ୍ରାବାସ ଅଭାବରୁ ଛାତ୍ରଛାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଦୀର୍ଘ ଦିନ ଧରି । ବିଶେଷ କରି ଦୂରଦୂରାନ୍ତରୁ ଆସୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହା ବରଦାନ ସଦୃଶ କହିଲେ ଅତ୍ୟୁକ୍ତି ହେବ ନାହିଁ । ପୂର୍ତ୍ତ ବିଭାଗ ଅଧିନରେ ଥିବା ଏହି ପ୍ରକଳ୍ପର ଅଟକଳ ମୂଲ୍ୟ ୩କୋଟି ୫୭ଲକ୍ଷ ହେବ ବୋଲି ବିଧାୟକ୍‌ ପ୍ରକାଶ କରିଛନ୍ତି ।
ଅନୁରୂପ ଭାବରେ ଧର୍ମଶାଳା ବ୍ଲକର ଧାର୍ମିକ ପେଣ୍ଠସ୍ଥଳୀ କୁହାଯାଉଥିବା ଗୋକର୍ଣ୍ଣେଶ୍ୱର୍‌ ମନ୍ଦିରର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ପାଇଁ ୧କୋଟି ୧ଲକ୍ଷ ଟଙ୍କା ମଞ୍ଜୁର ହୋଇ ଥିବା ବିଧାୟକ ପ୍ରକାଶ କରିଛନ୍ତି । ଏହି ଉଦଘାଟନୀ ଉତ୍ସବ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟ ଜଳଧର ମହାନ୍ତି, ରସୁଲପୁର ବ୍ଲକ ଅଧ୍ୟକ୍ଷ ଅରୁଣ କୁମାର ରାଉତ,ବିଜେଡି ନେତା ରଶ୍ମି ରାୟ, ଅକ୍ଷୟ ନାଏକ ଏବଂ ମିଶନ ଶକ୍ତିର ଶହ ଶହ ମହିଳା ଯୋଗ ଦେଇଥିଲେ ।
ଏହାପରେ ରସୁଲପୁର ବ୍ଲକର କଲଣଠାରେ ଥିବା ୧୦୦ଶଯ୍ୟା ବିଶିଷ୍ଟ ଆଦର୍ଶ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ବିଧାୟକ ପ୍ରଣବ ବଳବନ୍ତ ରାୟ । ଫେବୃଆରୀ ମାସରେ ମଞ୍ଜୁର ହୋଇଥିବା ଏହି ପ୍ରକଳ୍ପର ମୂଲ୍ୟ ୩କୋଟି ୫୦ଲକ୍ଷ ଥିବା ପୂର୍ତ୍ତ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟ ୯ମାସ ଭିତରେ ସମ୍ପୂର୍ଣ୍ଣ କରାଯିବ ବୋଲି ପୂର୍ତ୍ତ ବିଭାଗର ଏସଡିଓ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

seventeen + eleven =