ଖଡ଼ିଆଳ ନଗରପାଳିକା ପକ୍ଷରୁ ଶିଶୁ ଶ୍ରମିକ ଉଚ୍ଛେଦ ଏବଂ ନିରାକରଣ ନେଇ ସଚେତନ ସଭା

0 142

ଖଡିଆଳ: ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଶିଶୁ ଶ୍ରମିକ ଉଚ୍ଛେଦ ଏବଂ ନିରାକରଣ ନେଇ ସଚେତନ ସଭା ଅନୁଷ୍ଠିତ ହୋଇଯାଇଅଛି । ସଭାରେ ନଗର ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷ ଡ଼. ଫାଣିନ୍ଦମ୍‌ ଦେଓ ଯୋଗ ଦେଇ ଶିଶୁଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ କରିବା ଆଇନଗତ ଦଣ୍ଡନୀୟ ଅପରାଧ ଅଟେ ବୋଲି ମତବ୍ୟକ୍ତ କରିଥିବା ବେଳେ ସମାଜ ସଚେତନ ହେଲେ ଶିଶୁ ଶ୍ରମିକ ଉଚ୍ଛେଦ ହେବା ନିଶ୍ଚିତ ଅଟେ ବୋଲି ପ୍ରକାଶ କରିଛନ୍ତି । ଏହି ସଚେତନ ସଭାରେ ଉପାଧ୍ୟକ୍ଷ ସକୁନ୍ତଳା ରାଉତ, ଏନଏସି ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ସମନ୍ୱିତ ଶିଶୁ ଉନ୍ନୟନ ଅଧିକାରୀଙ୍କ ପ୍ରତିନିଧି ନର୍ମଦା ବେହେରା ଯୋଗ ଦେଇଥିଲେ । ଶିଶୁ ସୁରକ୍ଷା ଜିଲ୍ଲା ପରାମର୍ଶଦାତା ରଂଜନ କୁମାର ସାହୁ ମଞ୍ଚ ପରିଚଲନା କରିଥିଲେ ।

hiranchal ad1
Leave A Reply

Your email address will not be published.

4 + three =