ଘୋଷଣା ହେଲା ୨୦୨୩ ବିଶ୍ୱକପର୍‌ ଖେଳସୂଚୀ

0 91

ମୁମ୍ବାଇ : ଘୋଷଣା ହେଲା ଦିନିକିଆ ବିଶ୍ୱକପ୍‌ ୨୦୨୩ର ଖେଳସୂଚୀ । ଆରମ୍ଭ ହେଲା ବିଶ୍ୱକପ୍‌ କାଉଣ୍ଟଡାଉନ୍‌ । ମୁମ୍ବାଇର ଓ୍ୱାଙ୍ଖଡେ ଷ୍ଟାଡିୟମରେ ବିସିସିଆଇ ଏବଂ ଆଇସିସି ପକ୍ଷରୁ ୨୦୨୩ ବିଶ୍ୱକପ୍‌ର କ୍ରୀଡାସୂଚୀ ଘୋଷଣା କରାଯାଇଛି ।
ଦିନିକିଆ ବିଶ୍ୱକପ୍‌ ୨୦୨୩ର ଆରମ୍ଭ ଅକ୍ଟୋବର ୫ରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍‌ ଡିଫେଣ୍ଡିଙ୍ଗ ଚମ୍ପିଆନ୍‌ ଇଂଲଣ୍ଡ ଏବ ରନସ୍‌ଅପ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ । ସେହିପରି ଭାରତୀୟ ଟିମ୍‌ ନିଜର ପ୍ରଥମ ମ୍ୟାଚ୍‌ ଅକ୍ଟୋବର ୮ରେ ଖେଳିବ । ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ଭେଟିବ ଟିମ୍‌ ଇଣ୍ଡିଆ । ଏହାପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୧୫ରେ ଖେଳାଯିବ ମ୍ୟାଚ୍‌ । ଅହମ୍ମଦାବାଦ୍‌ର ନରେନ୍ଦ୍ର ମୋଦି କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯିବ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ । ଏହାପରେ ନଭେମ୍ବର ୧୫ ଏବଂ ୧୬ରେ ଦୁଇଟି ସେମିଫାଇନାଲ ମୁକାବିଲା ଖେଳାଯିବ । ଶେଷରେ ନଭେମ୍ବର ୧୯ରେ ଖେଳାଯିବ ଫାଇନାଲ ମୁକାବିଲ । ତାହା ବି ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍‌ ଷ୍ଟାଡିୟମରେ ।
ଚଳିତ ବର୍ଷ ବିଶ୍ୱକପ୍‌ର ଆୟୋଜନ ଭାରତ କରୁଛି । ଏଥିରେ ୧୦ଟି ଭାଗ ନେବ । ଭାରତରେ ମୋଟ ୯ଟି ଭେନ୍ୟୁ ସ୍ଥିର ହୋଇଛି । ଯେଉଁଠାରେ ସମସ୍ତ ଲିଗ୍‌, ସେମିଫାଇନାଲ ଏବଂ ଫାଇନାଲ ମୁକାବିଲା ଖେଳାଯିବ । ଏହି ସବୁ ଷ୍ଟାଡିୟମ ମଧ୍ୟରେ ଅହମ୍ମଦାବାଦ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ଦିଲ୍ଲୀ, ହାଇଦ୍ରାବାଦ୍‌, ଧର୍ମଶାଳା, ଲକ୍ଷ୍ନୌ, ପୁନେ, କୋଲକାତା ରହିଛି ।

hiring
hiranchal ad1
Leave A Reply

Your email address will not be published.

thirteen + 18 =